Masthead

ଜାଡ଼ ମାଡ଼ରୁ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାଡ଼ ମାଡ଼ରୁ ସାମାନ୍ୟ ଆଶ୍ବସ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଛି ପାରଦ, କମିଲା ଥଣ୍ଡା । ମେଘାଚ୍ଛନ୍ନ ଆକାଶ ପାଇଁ ବଢିଛି ରାତି ତାପମାତ୍ରା । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ବଢିଛି ପାରଦ ।  ଫଳରେ ଲୋକେ ଥଣ୍ଡାରୁ ତ୍ରାହି ପାଇଛନ୍ତି ।  ଗତ କିଛି ଦିନ ହେବ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ହୋଇଥିଲା ଜନଜୀବନ ।  ସେପଟେ ସାରା ଓଡ଼ିଶାରେ ଥଣ୍ଡା କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ପାରଦ । ଅର୍ଥାତ ଥଣ୍ଡାର ଭୟାନକ ପ୍ରକୋପରୁ ସାମୟିକ ଆଶ୍ୱସ୍ତି ମିଳିବ । ମାତ୍ର ଦୁଇଦିନ ପରେ ଆକାଶ ପୁଣି ମେଘମୁକ୍ତ ହେବା ସହ ବଢ଼ିବ ଥଣ୍ଡାର ପ୍ରକୋପ । କିଛି ଦିନ ଥରାଇବ । ହେଲେ ୧୮ରୁ କ୍ରମଶଃ ରାତି ତାପମାତ୍ରା ବଢ଼ିବାକୁ ଲାଗିବ । ଏଭଳି ପୂର୍ବାନୁମାନ ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ ।

ଶନିବାର ସନ୍ଧ୍ୟା ପରଠାରୁ ଶୀତ ପ୍ରକୋପ କିଛି ମାତ୍ରାରେ କମିଛି । ସନ୍ଧ୍ୟା ସାଢ଼େ ୮ଟାବେଳେ ଭୁବନେଶ୍ୱର ତାପମାତ୍ରା ୨୦.୪ ଡିଗ୍ରୀ ସେଲସିୟସ୍ ଥିଲା । ଶୁକ୍ରବାର ଏହି ସମୟରେ ପାରଦ ୧୪.୪ ଡିଗ୍ରୀ ଥିଲା । ଅର୍ଥାତ୍ ଶୁକ୍ରବାରଠାରୁ ୬ ଡିଗ୍ରୀ ଅଧିକ ଥିଲା ତାପମାତ୍ରା । ଦିନରେ ବି କାଲୁଆ ପବନ ପ୍ରବାହ କମ୍ ଥିଲା ପୂର୍ବାପେକ୍ଷା । ରାଜ୍ୟରେ ମାସେରୁ ଅଧିକ ସମୟ ହେବ ଥଣ୍ଡାର ଅସହ୍ୟ ପ୍ରକୋପ ଜାରି ରହିଛି । ଶୁକ୍ରବାର ରାତିରେ ଭୀଷଣ ଥଣ୍ଡାରେ ଥରିଥିଲା ସାରା ଓଡ଼ିଶା । ଶୁକ୍ରବାର ରାତିରେ ଶିମିଳିପାଳର ଉପର ବାର୍‌ହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ମାଇନସ (ବିଯୁକ୍ତ) ୧ ଡିଗ୍ରୀ ସେଲସିୟସ୍ ଥିଲା । ୨୮ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିଲା ।

ଜି.ଉଦୟଗିରିର ରାତି ତାପମାତ୍ରା ୩.୨ ଡିଗ୍ରୀ, ରାଉରକେଲା ୪.୧, ଝାରସୁଗୁଡ଼ା ୪.୫ ଡିଗ୍ରୀ ଥିଲା । ସେହିପରି ଚିପିଲିମାରେ ସର୍ବନିମ୍ନ ତାପମାତ୍ରା ୫.୫, କିରେଇ, ୫.୮, ସେମିଳିଗୁଡ଼ା ୬.୨, ଫୁଲବାଣୀ ୬, ଅନୁଗୁଳ ୬, ଦାରିଙ୍ଗିବାଡ଼ି ୬.୫, ସୁନ୍ଦରଗଡ଼ ୬.୮, କେନ୍ଦୁଝର ୭.୪, ନବରଙ୍ଗପୁର ୭.୫, ଢେଙ୍କାନାଳ ୭.୭, ରାଣୀତାଲ ୮.୨, ଭବାନୀପାଟଣା ୮.୨, ମହିଷାପାଟ ୮.୪, ବାରିପଦା ୮.୮, କଟକ, ୯, ଭୁବନେଶ୍ୱର ୯.୨, ସୋନପୁର ୯.୩, ସମ୍ବଲପୁର ୯.୪, ବୌଦ୍ଧ ୯.୫, ବଲାଙ୍ଗୀର ୯.୫, କୋରାପୁଟ ୯.୮, ବରଗଡ଼, ବାଲେଶ୍ୱର ୯.୯, ରାୟଗଡ଼ା ୧୦ ଡିଗ୍ରୀ ସେଲସିୟସ୍ ଥିଲା ।

୧୯୫୩ର ଥଣ୍ଡା ପ୍ରକୋପକୁ ଟପି ଝାରସୁଗୁଡ଼ା ୭୩ ବର୍ଷର ଶୀତ ରେକର୍ଡ ଭାଙ୍ଗିଛି । ଚଳିତବର୍ଷ ଶୀତରେ ପୂର୍ବରୁ ଦୁଇ ଥର ଝାରସୁଗୁଡ଼ା ସର୍ବକାଳୀନ ଥଣ୍ଡା ରେକର୍ଡ ଭାଙ୍ଗି ସାରିଥିବାବେଳେ ଆଜି ପୁଣି ଭାଙ୍ଗିଛି । ୨୦୦୪ ପରଠାରୁ ଏତେ ଥଣ୍ଡା ଭୁବନେଶ୍ୱରରେ କେବେ ଅନୁଭୂତ ହୋଇନଥିଲା । ୨୨ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗଥିଲା ଭୁବନେଶ୍ୱର । ଗତକାଲି ରାତିରେ ଅନୁଗୁଳରେ ସ୍ୱାଭାବିକଠାରୁ ୭.୮, ଝାରସୁଗୁଡ଼ାରେ ୭.୩, ଭୁବନେଶ୍ୱରରେ ୫.୮, କଟକରେ ୪.୫ ଡିଗ୍ରୀ କମ୍ ଥିଲା ସର୍ବନିମ୍ନ ତାପମାତ୍ରା । କେବଳ ରାତି ନୁହେଁ, ଦିନ ତାପମାତ୍ରା ବି କମ୍ ରହୁଥିବାରୁ ଘର କାଲୁଆ ଲାଗୁଛି । ଆଜି ଦାରିଙ୍ଗିବାଡ଼ିରେ ଦିନ ତାପମାତ୍ରା ୨୧, ନୟାଗଡ଼ରେ ୨୩ ଥିଲା । ଅନେକ ସ୍ଥାନରେ ଦିନ ପାରଦ ୨୫ ଡିଗ୍ରୀ ପାଖାପାଖି ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ଗଞ୍ଜାମ ଜିଲ୍ଲାରେ ବିଶ୍ୱ ଋତୁସ୍ରାବ ଦିବସ ପାଳିତ: ସାମାଜିକ କଳଙ୍କ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ କିଶୋରୀଙ୍କ ସ୍ୱର 🔴 ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 🔴 ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି 🔴 ଇରାନର ସାମରିକ ଘାଟିକୁ ଟାର୍ଗେଟ୍ 🔴 ୧୨ ଘଣ୍ଟିଆ ଜୟପୁର ବନ୍ଦ