ସମସ୍ୟାର ସମାଧାନ ପାଇଁ ଭାରତୀୟ ବନ୍ଦର ମଜଦୁର ସଙ୍ଘର ଚେତାବନୀ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପରେ ଧୀରେ ଧୀରେ ସର୍ବଭାରତୀୟ ସ୍ତରରେ ରହିଥିବା ବୃହତ ବନ୍ଦରମାନଙ୍କରେ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ବିଭିନ୍ନ ସରକାରୀ ସଂସ୍ଥାରେ ବିଭିନ୍ନ ସମୟରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଥିବା ବେଳେ ବନ୍ଦରମାନଙ୍କରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ନେଇ ଆଗାମୀ ଦିନରେ ଭାରତୀୟ ବନ୍ଦର ମଜଦୁର ସଙ୍ଘ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ସର୍ବ ଭାରତୀୟ ବନ୍ଦର ମଜଦୁର ସଙ୍ଘର ଜାତୀୟ ସ୍ତରର ନେତୃବୃନ୍ଦ ।

ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ପାରାଦୀପ ମଧୁବନ ଠାରେ ରହିଥିବା ଭାରତୀୟ ବନ୍ଦର ମଜଦୁର ସଙ୍ଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଅବସରରେ ଯୋଗଦେଇଥିଲେ ସର୍ବ ଭାରତୀୟ ବନ୍ଦର ମଜଦୁର ସଙ୍ଘର କର୍ମକର୍ତ୍ତା। ଏହା ସହିତ ଆଗାମୀ ଦିନରେ ପାରାଦୀପ ବନ୍ଦରରେ କାର୍ଯ୍ୟରତ ସମସ୍ତ କଣ୍ଟ୍ରାକଚୁଆଲ ଶ୍ରମିକ ହୁଅନ୍ତୁ କିମ୍ବା ଠିକା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା କ୍ଷେତ୍ରରେ ଭାରତୀୟ ବନ୍ଦର ମଜଦୁର ସଙ୍ଘ ତାର ସ୍ୱରକୁ ଶାଣିତ କରିବ ବୋଲି ଉପସ୍ଥିତ ଶ୍ରମିକ ନେତାମାନେ ପ୍ରକାଶ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’