Masthead

କୋର୍ଟ ରୁମରେ ଗୁଳିକାଣ୍ଡ ମାମଲା, ୨ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ନିକଟରେ ଦିଲ୍ଲୀର ଏକ କୋର୍ଟ ରୁମରେ ଛାତି ଥରାଇ ଦେବା ଭଳି ଘଟଣା ଘଟିଥିଲା । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଗୋଗିକୁ କୋର୍ଟ ରୁମ ଭିତରେ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ଏଭଳି କାଣ୍ଡ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଘଟିଥିଲା । ଏହି ଗୁଳିକାଣ୍ଡ ପରେ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡରେ । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ ୨ ଜଣ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଛି । ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହେଲେ ଉମଙ୍ଗ ଓ ବିନୟ ।

ଘଟଣାରେ ପୋଲିସ ପଚରାଉଚରା ପରେ ଜଣାପଡିଲା ଯେ, ଏହି ଗୁଳିକାଣ୍ଡ ପାଇଁ ଉମଙ୍ଗକୁ ଟିଲୁ ଫୋନରେ ନର୍ଦ୍ଦେଶ ଦେଇଥିଲା । ନିର୍ଦ୍ଦେଶ ପରେ ଏହି ଗୁଳିକାଣ୍ଡରେ ନିହତ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ସହ ଉମଙ୍ଗ ରୋହିଣୀ କୋର୍ଟରେ ପହଞ୍ଚିଥିଲା । ଗୁଳିକାଣ୍ଡ ପୂର୍ବରୁ ଦୁଇ ଆକ୍ରମଣକାରୀଙ୍କୁ ଉମଙ୍ଗ ଏବଂ ବିନୟ ହିଁ ରୋହିଣୀ କୋର୍ଟ ନେଇଯାଇଥିଲେ । କୋର୍ଟ ଭିତରକୁ ଯିବା ପାଇଁ ସେମାନେ ଓକିଲ ଡ୍ରେସ ପିନ୍ଧିଥିଲେ । ଗୋଗିକୁ ଗୁଳି ମାରିବା ପରେ ସେଠାରୁ ବିନୟ ଓ ଉମଙ୍ଗ ଫେରାର ହୋଇଯାଇଥିଲେ । କିନ୍ତୁ ପୋଲିସ ପକ୍ଷରୁ ହୋଇଥିବା ଗୁଳିମାଡରେ ଜଗା ଓ ରାହୁଲ ନିହତ ହୋଇଥିଲେ । ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ବିନୟ ଓ ଉମଙ୍ଗକୁ ଗିରଫ କରିଛି ।

ସୂଚନା ଅନୁସାରେ ଗତ ଶୁକ୍ରବାର ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ଭିତରେ ହିଁ ଗୁଳି କରି ହତ୍ୟା କରାଯାଇଛି । ଜିତେନ୍ଦ୍ରକୁ କୋର୍ଟର ୨ ନମ୍ବର ପ୍ରକୋଷ୍ଠରେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା । ଠିକ ଏହି ସମୟରେ ୨ ଆକ୍ରମଣକାରୀ ଓକିଲର ଛଦ୍ମ ବେଶରେ ଆସି ଗୋଗିକୁ ଗୁଳି ମାରିଥିଲେ । ତେବେ ଗୁଳିମାଡ ପରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରର ମୃତ୍ୟୁ ହୋଇଥିଲା । ପୋଲିସ ପକ୍ଷରୁ ମଧ୍ୟ ଆକ୍ରମଣକାରୀଙ୍କୁ ଗୁଳିମାଡ କରାଯାଇଥିଲା । ପୋଲିସ ଗୁଳିରେ ୨ ଜଣ ଆକ୍ରମଣକାରୀ ପ୍ରାଣ ହରାଇଥିଲେ । ସୂଚନା ମୁତାବକ ଏହି ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼