Masthead

ହାତରେ ଥିଲା ମାତ୍ର ୧୫ ମିନିଟ…ଦୌଡି ଦୌଡି ଯାଇ ନାମାଙ୍କନ ଭରିଲେ ପ୍ରାର୍ଥୀ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ସମୟ ମାତ୍ର ୧୫ ମିନିଟ । ପାଖେଇ ଆସୁଥିଲା ନାମାଙ୍କନ ଭରିବା ସମୟ । କିଛି ଉପାୟ ନପାଇ ଗାଡିରୁ ଓହ୍ଲାଇ ଦୌଡ଼ିବାକୁ ଲାଗିଲେ ବିଜେପି ଲୋକସଭା ପ୍ରାର୍ଥୀ । ଅତ୍ୟଧିକ ଭିଡ଼ ଯୋଗୁ ଗାଡିରେ ଧାର୍ଯ୍ୟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସମ୍ଭବପର ହେଲାନିହିଁ । ସେଥିପାଇଁ ବିଚ୍‌ ବଜାରରେ ଦୌଡ଼ି ଦୌଡ଼ି ନାମାଙ୍କନ ଭରିବା ପାଇଁ ଆସିଲେ ବିଜେପି ଲୋକସଭା ପ୍ରାର୍ଥୀ ଶଶାଙ୍କ ମଣି । ବହୁ ସମୟ ଦୌଡ଼ିବା ପରେ ଶେଷରେ ସେ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି ।

ଏଭଳି ଘଟଣା ଉତ୍ତରପ୍ରଦେଶର ଦେବରିୟାରେ ଦେଖିବାକୁ ମିଳିଛି। ଶଶାଙ୍କ ମଣି କହିଛନ୍ତି, ମୁଁ ଜଣେ ଧାବକ । ମୁଁ ଆଇଆଇଟିରେ ପଢ଼ୁଥିବା ବେଳେ ୨ଶହ ଓ ୪ଶହ ମିଟର ଦୌଡ଼ରେ ଗୋଲ୍ଡ ଚାମ୍ପିୟନ ରହି ସାରିଛି। ଦୌଡ଼ିବାକୁ ମୋତେ ମଜା ଲାଗେ। ଗତ କିଛି ବର୍ଷ ଧରି ନିଜ କ୍ଷେତ୍ରରେ ଦୌଡ଼ୁଛି। ଲୋକମାନେ ଚାହିଁଲେ ଆଗାମୀ ୫ ବର୍ଷ ସେମାନଙ୍କ ପାଇଁ ଦୌଡ଼ିବି । ଦେବରିୟା ଲୋକସଭା ଆସନ ପାଇଁ ଶଶାଙ୍କ ମଣି ତ୍ରିପାଠୀ ମଇଦାନରରେ ଅଛନ୍ତି। ଗତକାଲି ନାମାଙ୍କନ ଦାଖଲ ନିମନ୍ତେ ତାଙ୍କ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ଅପରାହ୍ନ ୨ଟା୪୫ରୁ ୩ଟା ପର୍ଯ୍ୟନ୍ତ ତାଙ୍କୁ ନାମାଙ୍କନ ଦାଖଲ ପାଇଁ ସମୟ ଦିଆଯାଇଥିଲା। ଏହି ଦିନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ଶଶାଙ୍କ ମଣି ଯୋଗ ଦେଇଥିଲେ। ସେଠାରୁ ବାହାରି ସେ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ନିମନ୍ତେ ବାହାରି ପଡ଼ିଲେ। ମାତ୍ର ଶହେ ମିଟର ଦୂରରେ ପୁଲିସ୍‌ ବ୍ୟାରିକେଡ କରି ସମସ୍ତଙ୍କୁ ରୋକିଦେଲେ। ଏହାପରେ ପୁଲିସ୍‌ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହେଲା। ଆଉ ମାତ୍ର ହାତରେ ୧୫ ମିନିଟ୍‌ ଥିବାରୁ ଏହାଦେଖି ଶଶାଙ୍କ ମଣି ତ୍ରିପାଠୀ ନିଜର କିଛି ସମର୍ଥକଙ୍କ ସହ ବ୍ୟାରିକେଡ ଡେଇଁ ଦୌଡ଼ିବାକୁ ଲାଗିଲେ। ଆଉ ଦୌଡ଼ି ଦୌଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ଦାଖଲ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ