Masthead

ଆଦିବାସୀଙ୍କ ଦୁଃଖ ବୁଝୁନାହାନ୍ତି ବିଡିଓ

ନୂଆଗାଁ, (ବଡ଼ ଖବର ବ୍ୟୁରୋ): ବିଡିଓଙ୍କ ମନମାନି । ଆଦିବାସୀଙ୍କ ଦୁଃଖ ବୁଝୁନାହାନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରୁ ଆସିଛି ଏମିତି ଅଭିଯୋଗ । ଉଦୟପୁର ପଞ୍ଚାୟତର ଆଦିବାସୀ ଅଞ୍ଚଳ ଆଙ୍ଗିଶିଙ୍ଗି ଓ କୋଶଳାଙ୍ଗରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା । ଏନେଇ ବିଡିଓଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳ ଶୂନ । ଓଲଟି ବିଡିଓ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

କୋଶଳାଙ୍ଗ ଗାଁର ଆଦିବାସୀ ମହିଳା ଅତର ନାୟକ, ବୟସ ୭୧ ବର୍ଷ ଟପିଲାଣି। ଜୀବନର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି ସେ । ଭତ୍ତା ପାଇଁ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅନେକବାର ଗୁହାରି କରିଛନ୍ତି । ପ୍ରତିଶ୍ରୁତିକୁ ଛାଡ଼ିଦେଲେ ଆଉ କିଛି ମିଳିନାହିଁ । ସେହିପରି କୋଶଳାଙ୍ଗ ଗ୍ରାମର ଚୈତନ୍ୟ ପ୍ରଧାନଙ୍କ ଝିଅ ବାଉରୀ ପ୍ରଧାନ ମାନସିକ ରୋଗୀ । ତାଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ବିବାହ ହୋଇପାରି ନାହିଁ। ସରକାରଙ୍କ ଯୋଜନା ତାଙ୍କ ଲାଗି ସାତସପନ । ଆବାସ ଯୋଜନାରେ ଘର କିମ୍ବା ଭତ୍ତା ମଧ୍ୟ ମିଳିନାହିଁ ।

ଆଙ୍ଗିଶିଙ୍ଗି ଗାଁର ୭୦ ବର୍ଷୀୟା କେଳି ପ୍ରଧାନ । ତାଙ୍କଠାରୁ କମ ବୟସ୍କମାନେ ଭତ୍ତା ପାଉଥିବାବେଳେ କେଳି ଏଥିରୁ ବଞ୍ଚିତ ହୋଇଛନ୍ତି । ଆଙ୍ଗିଶିଙ୍ଗିର ୪୪ ବର୍ଷୀୟା ମଞ୍ଜୁ ପ୍ରଧାନ । ଶାରୀରିକ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କର ବିବାହ ହୋଇପାରିନି । ଭାଇଙ୍କ ପାଖରେ ରହୁଛନ୍ତି ମଞ୍ଜୁ । ଏମାନେ ଭତ୍ତା ଲାଗି ସରପଞ୍ଚଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ପିଇଓଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣିନାହାନ୍ତି । ଲାଞ୍ଚ ଦେଲେ କାମ ହୋଇଯାଉଛି । ଏମାନେ ଗରିବ ଆଦିବାସୀ ହୋଇଥିବାରୁ ଲାଞ୍ଚ ଦେବା ଲାଗି ସକ୍ଷମ ନୁହନ୍ତି । ତେଣୁ ଏମାନଙ୍କ ଦୁଃଖ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ।

ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରୁ ଏହି ଦୁଇ ଗାଁ ୭ କିଲୋମିଟର ଦୂର । ବ୍ଲକ ଅଫିସକୁ ଏମାନେ ଚାଲି ଚାଲି ଆସି ନିବେଦନ କରିଛନ୍ତି । ବିଡିଓଙ୍କୁ ମଧ୍ୟ ଜଣାଇଛନ୍ତି । ସେମାନଙ୍କୁ ଆଶ୍ୱାସନା ଦେବା ପରିବର୍ତ୍ତେ ବିଡିଓ ଗାଳି କରୁଥିବା କହିଛନ୍ତି ହିତାଧିକାରୀ । କେବଳ ଏମାନେ ନୁହନ୍ତି ଏଭଳି ଅନେକ ଲୋକ ବିଡିଓଙ୍କୁ ଗୁହାରି କାରିବାକୁ ଯାଇଥିବା ବେଳେ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ପୂର୍ବରୁ ଜଣଙ୍କୁ ମାଡ଼ ମାରିଥିବା ମଧ୍ୟ ନଜିର ରହିଛି । ତେବେ ବିଡିଓଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ