Masthead

ଛାତ ନ ପଡ଼ି ଫାଇନାଲ ବିଲ୍ ଦୁର୍ନୀତିରେ ବୁଡି ରହିଛି ପାଟଣା ବ୍ଳକ

ସାହାରପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବୁଢ଼ିକାପୁଡ଼ି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି । ଏ ନେଇ ଖୋଦ ସରପଞ୍ଚ ମମତାମୟୀ ନାଏକ ପାଟଣା ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି।ପଞ୍ଚାୟତର ତେନ୍ତୁଳୀଖୁଣ୍ଟି ଓ ପୁରନ୍ଦରପୁର ଗ୍ରାମର ବିମଳା ମହାନ୍ତ,ଦ୍ରୋପଦୀ ମହାନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ। ଦୁହିଁଙ୍କର ୨୮ ସେପ୍ଟେମ୍ବର ୨୦୨୩ରେ ରୁଫ୍ ଲେବୁଲ ଫଟୋ ଅକ୍ଟୋବର୍ ୨୦୨୩ ଛାତର ସମ୍ପୂର୍ଣ୍ଣ ଫଟୋ ଅପ୍ଲୋଡ଼ ହୋଇଥିଲା। ପରେ ଉଭୟଙ୍କ ଜମା ଖାତାକୁ ଶେଷ କିସ୍ତି ଟଙ୍କା ଆସିଛି।

ହେଲେ ଏ ପର୍ଯ୍ୟନ୍ତ ଦୁହିଁଙ୍କ ଗୃହର ଛାତ ପଡ଼ିନାହିଁ। ସେହିଭଳି ତେନ୍ତୁଳୀଖୁଣ୍ଟିର ବାଗୁନ ମୁଣ୍ଡାଙ୍କ ୨୪ ନଭେମ୍ବର ୨୦୨୩ରେ ରୁଫ୍ ଫଟୋ ଏବଂ ୨୩ ଜାନୁଆରୀ ୨୦୨୪ରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା। ତେଣୁ ତାଙ୍କ ଜମାଖାତାକୁ ମଧ୍ୟ ଫାଇନାଲ ଟଙ୍କା ଆସିଛି। ମାତ୍ର ଉକ୍ତ ଘରର ଛାତ ପଡ଼ିନାହିଁ। ୩ ଜଣଙ୍କର ଜମାଖାତାକୁ ୧୫ ମାର୍ଚ୍ଚ ୨୦୨୪ ଶେଷ କିସ୍ତିର ଟଙ୍କା ଆସିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ। ସରପଞ୍ଚଙ୍କ ଅଭିଯୋଗ ପରେ ବିଡିଓ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ସହକାରୀ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା