ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର ୩/୪ କିଲୋମିଟର ଦୂରରେ ଥିବା କୁତ୍କାଝୋଲା ଗାଁକୁ ଆଜି ପର୍ଯ୍ୟନ୍ତ ଖଣ୍ଡିଏ ପକ୍କା ରାସ୍ତା ନାହିଁ । ଫଳରେ ଏହି ଗ୍ରାମର ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ ସୁଦ୍ଧା କୈାଣସି ରାଜନେତା କିମ୍ବା ପ୍ରଶାସନ ଦୃଷ୍ଟିକୁ ଆସୁନି । ଏହି ଗ୍ରାମର ଲୋକେ ରୋଗରେ ଆକ୍ରାନ୍ତ ହେଲେ କିମ୍ବା ଗର୍ଭବତୀ ମହିଳା ମାନେ ମେଡିକାଲ ଯିବାକୁ ହେଲେ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆ ଭାରରେ ବୋହି ମେଡିକାଲକୁ ଆଣନ୍ତି । ବିଡ଼ିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗାଁ ଲୋକେ ରାସ୍ତା ଟିଏ ପାଇଁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଫଳରେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କୁତ୍କାଝୋଲା ଗ୍ରାମବାସୀ।