Masthead

ମୋର ଭୁଲ କ’ଣ ଥିଲା, କାହିଁକି ଜେଲ ପଠାଗଲା: କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ : ଜେଲରୁ ଫେରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ସରକାର । ବିଜେପି ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ । ତେବେ ରବିବାର କେଜ୍ରିୱାଲ ନୂଆଦିଲ୍ଲୀ ଲୋକସଭା ସିଟ୍ ପାଇଁ ମୋତି ନଗରରେ ରୋଡ୍ ସୋ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆପଣମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ, ଆପଣଙ୍କ ଭଲପାଇବା ଏବଂ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଭିତରେ ଠିଆ ହେଇଛି ।

ତେବେ ନିଜ ରୋଡ୍ ସୋରେ କେଜ୍ରିୱାଲ୍ ଏମିତି କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି ଯେ, ସେମାନେ କହୁଛନ୍ତି ୨୦ ଦିନ ପରେ ମୋତେ ଜେଲ୍ ଯିବାକୁ ପଡିବ । ହେଲେ ଯଦି ଆପଣମାନେ ଚାହାଁନ୍ତି, ତେବେ ଏପରି ହେବନି । ମେ ୨୫ ତାରିଖରେ ଆପଣଙ୍କୁ ଆପ୍ ଏବଂ ଇଣ୍ଡିଆ ମେଣ୍ଟକୁ ଭୋଟ୍ ଦେବାକୁ ପଡିବ । ଯଦି ଆପଣ ଝାଡୁ ଚିହ୍ନରେ ଭୋଟ୍ ଦେବେ, ତେବେ ମୋତେ ଆଉ ଜେଲ୍ ଯିବାକୁ ପଡିବନି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଏଥିସହିତ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ଜେଲ୍ କାହିଁକି ପଠାହେଲା, ମୋର ଭୁଲ କଣ ଥିଲା । ମୁଁ ଦିଲ୍ଲୀ ପାଇଁ କାମ କଲି, ବୋଧହୁଏ ସେଥିପାଇଁ ସେମାନେ ମୋତେ ଜେଲ ପଠାଇଲେ ବୋଲି ସେ କହିଛନ୍ତି । ଦିଲ୍ଲୀବାସୀଙ୍କ ପାଇଁ ମାଗଣା ବିଜୁଳି, ପାଣି ଏବଂ ସ୍ୱାସ୍ଥ୍ୟ ସୁବିଧା ମୁଁ ଦେଇଛି । ମହିଳାଙ୍କ ପାଇଁ ମାଗଣା ବସ୍ ସେବା କଲି । ଏହି ଭୁଲ କାରଣରୁ ବିଜେପି ମୋତେ ଜେଲରେ ଭର୍ତ୍ତି କରିଦେଲା ବୋଲି ଅରବିନ୍ଦ କେଜ୍ରିୱାଲ ଏହି ରୋଡ୍ ସୋ’ରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା