Masthead

ମରଣଯନ୍ତା ପାଲଟିଛି ରଙ୍ଗବଜାର ରାସ୍ତା

ବାଲିଅନ୍ତା, (ବଡ଼ ଖବର ବ୍ୟୁରୋ): ସୁଗମ ରାସ୍ତା ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ତାହା ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀରେ । ଦୀପତଳ ଅନ୍ଧାର ପରି ଭୁବନେଶ୍ୱର ଉପକଣ୍ଠରେ ଭୋଗିବାକୁ ପଡୁଛି ନାହିଁ ନ ଥିବା ସମସ୍ୟା । ବାଲିଅନ୍ତା ବ୍ଲକ ଅନ୍ତର୍ଗତ ରଙ୍ଗବଜାର ରାସ୍ତା କଥା କହିଲେ ନ ସରେ । ଏହି ରାସ୍ତା ଏବେ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ରାସ୍ତା ମଝିରେ ଖାଲ ହୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।

ସକାଳୁ ରାତି ସବୁବେଳେ ଏହି ରାସ୍ତା ଜନଗହଳି ପୂର୍ଣ୍ଣ ରହିଥାଏ । ବ୍ୟବସାୟୀଠୁ ଆରମ୍ଭ କରି ସାଧାରଣ ଲୋକ ଏହି ରାସ୍ତା ଦେଇ ରାଜଧାନୀକୁ ଯାଇଥାନ୍ତି । ବାଲିପାଟଣା, ଭିଙ୍ଗାରପୁରଠୁ ଆରମ୍ଭ କରି ଅଡ଼ସପୁର, ନିଆଳି ପର୍ଯ୍ୟନ୍ତ ଆଖପାଖ ଲୋକ ଏହି ରାସ୍ତା ଦେଇ ପ୍ରତିଦିନ ରାଜଧାନୀ ଭୁବନେଶ୍ୱର ଯିବାଆସିବା କରିଥାନ୍ତି । ଖୋଦ ରାଜଧାନୀ ଉପକଣ୍ଠରେ ଯଦି ରାସ୍ତାର ଅବସ୍ଥା ଏମିତି ତେବେ ଗ୍ରାମାଞ୍ଚଳରେ ରାସ୍ତା କିପରି ଥିବ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ