Masthead

କେତେ ସମ୍ପତ୍ତିର ମାଲିକ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୩ ବର୍ଷ କାଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ୧୦ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ରହିଥିବା ନରେନ୍ଦ୍ର ମୋଦିଙ୍କ ପାଖରେ ନିଜସ୍ୱ ଘର, ଜମି କିମ୍ବା କାର୍ ନାହିଁ । ତାଙ୍କ ପାଖରେ ଥିବା ଏକମାତ୍ର ପ୍ଲଟ୍କୁ ବି ସେ ଦାନ କରିଦେଇଛନ୍ତି । ତେବେ ଗତ ୧୭ ବର୍ଷ ମଧ୍ୟରେ ମୋଦିଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟରେ ୨୫ ଗୁଣା ବୃଦ୍ଧି ହୋଇଥିବା ବେଳେ ବ୍ୟାଙ୍କ ବାଲାନ୍ସ ୩୩ ଗୁଣା ବୃଦ୍ଧି ପାଇଛି । ନାମାଙ୍କନ ପରେ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତି ତାଲିକା । ତିନି କୋଟି ଟଙ୍କାର ସମ୍ପତ୍ତିର ମାଲିକ ମୋଦି । କିନ୍ତୁ ୧୩ ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ୧୦ ବର୍ଷ ପ୍ରଧାନମନ୍ତ୍ରୀ ରହିବା ପରେ ମଧ୍ୟ ତାଙ୍କର ନିଜସ୍ୱ ଘର ଅବା ଜମି ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ପାଖରେ ଥିବା ଏକମାତ୍ର ପ୍ଲଟକୁ ସେ ଦାନ କରିଦେଇଛନ୍ତି ।

ତେବେ ଗତ ୧୭ ବର୍ଷ ମଧ୍ୟରେ ମୋଦିଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୫ ଗୁଣା ବୃଦ୍ଧି ପାଇଛି । ସେହିପରି ବ୍ୟାଙ୍କ ବାଲାନ୍ସ ୩୩ ଗୁଣା ବୃଦ୍ଧି ପାଇଛି । ରିପୋର୍ଟ ମୁତାବକ, ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ମାତ୍ର ୮୪ ଲକ୍ଷ ଟଙ୍କା ଆୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ୟ ୩ କୋଟି ୨ ଲକ୍ଷ ୬ ହଜାର ୮୮୯ ଟଙ୍କା ରହିଛି । ତେବେ ୨୦୧୪ରେ ମୋଦିଙ୍କର ସମ୍ପତ୍ତି ୧ କୋଟି ୬୬ ଲକ୍ଷ ଥିବା ବେଳେ ୨୦୧୯ରେ ୨ କୋଟି ୫୧ ଲକ୍ଷ ଟଙ୍କାର ସମ୍ପତ୍ତି ଥିଲା । ତେବେ ପ୍ରଧାନମନ୍ତ୍ରୀ ଭାବେ ମିଳୁଥିବା ଦରମା ଏବଂ ସୁଧ ତାଙ୍କ ଆୟର ପ୍ରମୁଖ ଉତ୍ସ । ଏବେ ପ୍ରଧାନମନ୍ତ୍ରୀଙ୍କ ପାଖରେ ୨ ଲକ୍ଷ ୬୭ ହଜାର ଟଙ୍କାର ସୁନା ରହିଛି ।

ଯେଉଁଥିରେ ୪ ଟି ମୁଦି ରହିଛି । ସେହିପରି ତାଙ୍କର ୨ କୋଟି ୮୫ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି ।ପ୍ରଧାନମନ୍ତ୍ରୀ ମଙ୍ଗଳବାର ବାରାଣସୀ ଲୋକସଭା ଆସନ ପାଇଁ ତୃତୀୟ ଥର ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସେ ଦାଖଲ କରିଥିବା ସତ୍ୟପାଠ ଏବଂ ପୂର୍ବ ସତ୍ୟପାଠର ବିଶ୍ଳେଷଣରୁ ଏହି ତଥ୍ୟ ମିଳିଛି ।ପ୍ରଧାନମନ୍ତ୍ରୀ ମୋଦୀ ଫିକ୍ସ ଡିପୋଜିଟ୍‌(ୠଊ) ଏବଂ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ ଉପରେ ବିଶ୍ୱାସ କରନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ତାଙ୍କର ମୋଟ୍ ୨.୮୫ କୋଟି ଟଙ୍କାର ୠଊଜ ରହଛି । ସେହିପରି ନ୍ୟାସନାଲ ସେଭିଂ ସାର୍ଟିଫିକେଟ(ଘଝଉ)ରେ ସେ ୯.୧୨ ଲକ୍ଷ ଟଙ୍କାର ନିବେଶ କରିଛନ୍ତି । ୠଊ ଏବଂଘଝଉରେ ମୋଦୀଙ୍କ ମୋଟ୍ ନିବେଶ ପ୍ରାୟ ୩ କୋଟି ଟଙ୍କା ଅଟେ । କହିରଖୁଛୁ ଘଝଉ ହେଉଛି ସରକାରଙ୍କ ଦ୍ୱାରା ସଂଚାଳିତ ଆୟ ନିବେଶ ଯୋଜନା ଯାହାର ସୁବିଧା ପୋଷ୍ଟ ଅଫିସ୍ ମାଧ୍ୟମରେ ଉପଲବ୍ଧ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!