Masthead

ବାପା ବିରୋଧରେ ନିର୍ବାଚନ ଲଢିବ ପୁଅ

ଉତ୍ତର ପ୍ରଦେଶ(ବଡ଼ ଖବର ବ୍ୟୁରୋ):ଉତ୍ତର ପ୍ରଦେଶରେ ରୋଚକ ଲଢେଇ । ବାପା ବିରୋଧରେ ନିର୍ବାଚନ ଲଢିବ ପୁଅ । ଉତ୍ତର ପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ବିରୋଧରେ ନାମାଙ୍କନ ଭରିଲେ ପୁଅ ଉକ୍ରୃଷ୍ଟ ମୌର୍ୟ୍ୟ । ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ବିରୋଧରେ ତାଙ୍କ ପୁଅ ଉକ୍ରୃଷ୍ଟ ମୌର୍ୟ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଗୋଟିଏ ଆସନରେ ବାପା ଓ ପୁଅ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏଥିପାଇଁ ଦୁଇ ଜଣ ଯାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉକ୍ରୃଷ୍ଟ ମୌର୍ୟ୍ୟ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଂଚି ନାମାଙ୍କନ ଭରିଥିଲେ ।

ସୂଚନା ଅନୁସାରେ ପୁର୍ବରୁ ଉକ୍ରୃଷ୍ଟ ମୌର୍ୟ୍ୟ ଉତ୍ତର ପ୍ରଦେଶ ଉଂଚାହାର ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୨୨ ନିର୍ବାଚନରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟ ସମାଜବାଦୀ ପାର୍ଟିରେ ଥିବା ବେଳେ ଉକ୍ରୃଷ୍ଟ ମୌର୍ୟ୍ୟଙ୍କ ପାଇଁ ଟିକେଟ ମାଗିଥିଲେ । ହେଲେ ଅଖିଳେଶ ଯାଦବ ଟିକେଟ ଦେବାକୁ ମନା କରିଦେଇଥିଲେ । ଏହି ଆସନରୁ ଅଖିଳେଶ ତାଙ୍କର ନିକଟତର କୁହାଯାଉଥିବା ମନୋଜ ପାଣ୍ଡେଙ୍କୁ ଟିକେଟ ଦେଇଥିଲେ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ସ୍ୱାମୀ ପ୍ରସାଦ ମୌର୍ୟ୍ୟ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ନିଜେ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ଗଠନ କରିଥିଲେ । ପରେ କୁଶୀନଗର ଆସନରୁ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେବା ପରେ ସ୍ୱାମୀ ପ୍ରସାଦ ମୌର୍ୟ୍ୟ ନିଜ ପାର୍ଟି ଟିକେଟରୁ ନିର୍ବାଚନ ଲଢୁଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ