Masthead

ନିମ୍ନମାନର ରାସ୍ତା କାମ ପାଇଁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

ଏରସମା (ବଡ଼ ଖବର ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ନିର୍ବାଚନ ସମୟରେ ବହୁ ସ୍ଥାନରେ ଠିକାଦାରମାନେ ତରବରିଆ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଏରସମା ବ୍ଲକ ପଏଦା ପଞ୍ଚାୟତର ପଏଦା ଗ୍ରାମରେ । ରାସ୍ତାଟି ମୁଖ୍ୟ ରାସ୍ତା ଥିବାରୁ ଏହି ରାସ୍ତାରେ ଯାତ୍ରୀବାହି ବସ ଯାତାୟତ କରିଥାଏ । ବହୁଦିନ ଆଗରୁ ରାସ୍ତାଟି ନିମ୍ନମାନ ହୋଇପଡି ରହିଥିଲା ବହୁ ବାଦବିବାଦ ପରେ ଏହି ରାସ୍ତାଟି ସମ୍ପୂର୍ଣ୍ଣ କାମ ହୋଇଛି । ବିନା ଫଳକ ଓ ବିନା ସରକାରୀ ଯନ୍ତ୍ରୀରେ ଏହି ରାସ୍ତା କାମ ହୋଇଛି । ଅସରାଏ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପସୁଛି ।

ଫଳରେ ହଇରାଣ ହରକାତ ହେଉଛନ୍ତି ଏହି ଗ୍ରାମବାସୀ। ସେପଟେ ରାସ୍ତା କାମରେ ବଳିଥିବା ବାଲି ଗୋଡିକୁ ଠିକାଦାର କାମରେ ନ ଲଗାଇ ଅଧା ମୂଲ୍ୟରେ ବିକ୍ରି କରି ଦେଇଛି ବୋଲି ଅଭିଯୋଗ ହୋଇଛି । ଏନେଇ ଉଚ୍ଚସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟ ହେଉନି । ଏହି ପରିପେକ୍ଷୀରେ ଗ୍ରାମବାସୀମାନେ ଭୋଟ ସମୟରେ ଜିଲ୍ଲାପାଳଙ୍କୁ ଭେଟିବେ ନଚେତେ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ