Masthead

ପ୍ରଥମ କ୍ୱାଲିଫାୟରେ ସନରାଇଜର୍ସକୁ ୮ ୱିକେଟରେ ହରାଇ ଫାଇନାଲରେ କୋଲକାତା

ଅହମ୍ମଦାବାଦର(ବଡ଼ ଖବର ବ୍ୟୁରୋ):ଆଇପିଏଲ ୨୦୨୪ରେ ଫାଇନାଲ ଟିକେଟ ହାତେଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ । ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ ଚତୁର୍ଥ ଫାଇନାଲ ମୁକାବିଲା ହେବ। ପ୍ରଥମ କ୍ୱାଲିଫାୟରରେ କୋଲକାତା ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହା ପରେ ଟିମ୍‌ କେକେଆର୍‌କୁ ୧୬୦ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ କୋଲକାତା ୮ ଉଇକେଟରେ ହାଇଦ୍ରାବାଦକୁ ପରାଜୟ କରିଛି ।

ବ୍ୟାଟିଂ କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମ୍‌ର ଆରମ୍ଭ ବହୁତ ଖରାପ ରହିଥିଲା। ଦଳ ୩୯ ରନ୍‌ରେ ୪ ଉଇକେଟ ହରାଇଥିଲା। ଏହାପରେ ରାହୁଲ ତ୍ରିପାଠୀ ୩୫ ବଲ୍‌ରେ ୫୫ ଏବଂ ହେନରିକ କ୍ଲାସେନ ୨୧ ବଲ୍‌ରେ ୩୨ ରନ୍‌ର ଇନିଂସ ଖେଳି ଦଳକୁ ୧୫୯ ରନ୍‌ର ସମ୍ମାନଜନକ ସ୍କୋର ପର୍ୟ୍ୟନ୍ତ ପହଞ୍ଚାଇଥିଲେ। ଉଭୟ ଖେଳାଳିଙ୍କ ମଧ୍ୟରେ ୫ମ ଉଇକେଟ ପାଇଁ ୩୭ ବଲ୍‌ରେ ୬୨ ରନ୍‌ର ଭାଗିଦାରୀ ହୋଇଥିଲା। ଶେଷରେ କମିନ୍ସ ୩୦ ରନ୍‌ କରିଥିଲେ। ଏହାଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ୨୦ ରନ୍‌ କରିପାରି ନ ଥିଲେ। ଅପରପକ୍ଷେ କେକେଆର୍‌ ବୋଲରମାନେ ଜବରଦସ୍ତ ବୋଲିଂ କରି ବିରୋଧୀ ଟିମ୍‌କୁ ଅଡ଼ୁଆରେ ପକାଇଥିଲେ। ମାଇକେଲ ଷ୍ଟାର୍କ ସର୍ବାଧିକ ୩ ଉଇକେଟ ନେଇଥିଲେ। ସେହିଭଳି କେକେଆର୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ଶ୍ରେୟସ ୨୪ ବଲ୍‌ରେ ୫୮ ରନ୍‌(ଅପରାଜିତ) ଏବଂ ଭେଙ୍କଟେଶ ଆୟର ୨୮ ବଲ୍‌ରେ ୫୧ ରନ୍‌ କରିଥିଲେ।। ତେବେ ପ୍ରଥମ କ୍ୱାଲିଫାୟରରେ ପରାଜୟ ସତ୍ତ୍ୱେ ଦଳ ପାଖରେ ଆଉ ଏକ ସୁଯୋଗ ରହିବ। ଦଳକୁ କ୍ୱାଲିଫାୟର ୨ ଖେଳିବାକୁ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା