Masthead

ଓଡ଼ିଶାରେ ବି ଚାଲିବ ବୁଲଡୋଜର’

ବାଣପୁର (ବଡ଼ ଖବର ବ୍ୟୁରୋ) ଓଡ଼ିଶାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟନାଥ । ଭୁବନେଶ୍ୱରେ ପହଞ୍ଚିବାପରେ ସିଧାସଳଖ ବାଣପୁର ଓ ପରେ ମାହାଙ୍ଗା ଯାଇ ଜନସଭାକୁ ସମ୍ବୋଧିତ କରି ବିଜେପି ପା୍ରର୍ଥୀଙ୍କ ପାଇଁ ପ୍ରଚାରପ୍ରସାର କରିଥିଲେ । ବାଣପୁରେ ପହଞ୍ଚିବା ପରେ ଯୋଗୀ ସିଧା ସଳଖ ରାଜ୍ୟର ଶାସକ ଦଳ ଉପରେ ବର୍ଷିଥିଲେ । ସେ କହିଛନ୍ତି  ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣି ଜମି ମାଫିଆ, ବାଲି ମାଫିଆ, ଜଙ୍ଗଲ ମିଫିଆ , ଉଚିତ୍ ଶିକ୍ଷା ଦେବା ପାଇଁ ଉତ୍ତରପ୍ରଦେଶର ବୁଲଡୋଜର ଶୈଳୀରେ କାମ କରିବୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କିଭଳି ପରିବର୍ତ୍ତନ ଆସୁଛି ତାହା ଦେଶବାସୀ ଦେଖୁଛନ୍ତି । ବିଶ୍ୱରେ ଭାରତ ସମ୍ମାନ ବଢିଛି । ପାକିସ୍ତାନ ମଧ୍ୟ ଜାଣିଛିଏହା ନୂଆ ଭାରତ । ଦେଶରେ ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦେଶରେ ୧୨ଟି ରାଜ୍ୟ ବୁଲି ସାରିଲିଣି, ସବୁଠି ଗୋଟଏ ସ୍ୱର ଶୁଭୁଛି ପୁଣିଥରେ ମାଦୀ ସରକାର । ଅବକି ବାର ୪୦୦ ପାର ।

ସମ୍ବିତ ପାତ୍ରଙ୍କ ବିଜୟୀ କରି ସଂସଦ ପଠାନ୍ତୁ । ପୁରୀକୁ ଅଯୋଧ୍ୟା ଭଳି ସହର ଭାବେ ଗଢି ତୋଳିବେ । ସେ ଆହୁରି କହିଛନ୍ତି ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍ଜାକୁ ନେଇଜାଇଛି । ଓଡ଼ିଶାର ବିକାଶକୁ ବାବୁରାଜ ୫୦ବର୍ଷ ପଛକୁ ନେଇଯାଇଛି ବୋଲି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଯୋଗୀ କହିଛନ୍ତି ଓଡ଼ିଶାରେ ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ । ଓଡ଼ିଶା ପଛକୁ ନେବା ତାମିଲବାବୁଙ୍କ ଉଦେ୍ଦଶ୍ୟ ।  ରାସନ ମୋଦି ପଠାଉଛନ୍ତି, ଏଠି ବାବୁମାନେ ନବୀନ ଷ୍ଟାମ୍ପ ମାରୁଛନ୍ତି । ଆୟୁଷ୍ମାନ ଭାରତ ଲାଗୁ କଲେ ତାଙ୍କ କମିଶନବାଜି ବନ୍ଦ ହୋଇଯିବ ବୋଲି ସେମାନେ ଓଡ଼ିଶାରେ ଏହାକୁ ଲାଗୁ କରାଇ ଦେଉ ନାହାନ୍ତି ବୋଲି ସେ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ