Masthead

ରୋଚକ ମୋଡରେ କଟକ ମହାଲଢେଇ

କଟକ (ବଡ଼ ଖବର ବ୍ୟୁରୋ):  ରୋଚକ ମୋଡରେ କଟକ ସାଂସଦୀୟ କ୍ଷେତ୍ରରେ ମହାଲଢେଇ । କଟକ ନିର୍ବାଚନକୁ ରୋଚକ କରିଛି ନୂଆ ଆଉ ପୁରୁଣା ଚେହେରା । ଗୋଟିଏ ପଟେ  ଲୋକସଭାକୁ ୬ ଥର ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଭିୱେଟ ଭର୍ତ୍ତୃହରୀ ମହତାବ । ଆଉ ଅନ୍ୟପଟେ ବିଜେଡି କଟକକୁ ନୂଆ ମୁହଁ ଦେଇଥିବା କର୍ପୋରେଟ ସଂସ୍ଥାର  ସିଇଓ ସଂତୃପ୍ତ ମିଶ୍ର । ଭର୍ତ୍ତୃହରୀ ପୂର୍ବରୁ ବିଜେଡି ଦଳରୁ କଟକ ସାଂସଦ ଭାବେ ଜିତି ଆସୁଥିଲେ । ହେଲେ ବିଜେପିରେ ମିଶିଲା ପରେ କଟକ ସାଂସଦ ପ୍ରାର୍ଥୀ କରିଛି ବିଜେପି ।

ହେଲେ  ନୂଆ ମୁହଁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସହରବାସୀ । ବିଜେଡି ନୂଆ ମୁହଁ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହେଲାଣି । ବିଭିନ୍ନ ସ୍ଥାନରେ ତାଙ୍କୁ କେହି ଜାଣନ୍ତି ନାହିଁ ବୋଲି ସହବାସୀ କହିଲେଣି । ଯଦିଓ ସଂତୃପ୍ତ ମିଶ୍ର ବିଜେଡିରୁ ପ୍ରତିନିଧିତ୍ଵ କରୁଛନ୍ତି ସେହି ତୁଳନାରେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ଛିଡା ହେବାକୁ  ପଡିବ । ହେଲେ ବହୁ ସ୍ଥାନରେ ଆଜି ପର୍ଯ୍ୟନ୍ତ ତାଙ୍କ ପାଖକୁ ଆସି ନାହାନ୍ତି କି ସମସ୍ୟା ପ୍ରତି ବୁଝି ନାହାନ୍ତି । ସିଏ କେମିତି କଟକର ସାଂସଦ ହେବେ ବୋଲି ମତ ଦେଇଛନ୍ତି  ସହରବାସୀ । କର୍ପୋରେଟ ଜଗତରୁ  ଆସି ରାଜନୀତିକୁ ଓହ୍ଲାଇଥିବା ସଂତୃପ୍ତ ମିଶ୍ର ଆଜି ପର୍ଯ୍ୟନ୍ତ କୌଣସି ସଭା ସମିତିରେ ଯୋଗ ଦେଇନାହାନ୍ତି । କଟକ ହେଉଛି ସାଂସ୍କୃତିକ ପ୍ରାଣକେନ୍ଦ୍ର ଏବଂ ଭାଇଚାରାର ସହର ।

ଏଠାରେ ସମସ୍ତ ପର୍ବ ପର୍ବାଣି ସଭିଏଁ ମିଶି ପାଳନ କରନ୍ତି । ହେଲେ କେବେ ବି ସହରବାସୀଙ୍କ ସହ ଯୋଗ ଦେଇ ନାହାନ୍ତି କି ମିଶି ନାହାନ୍ତି । କେବେ ବି ତାଙ୍କ ନାଁ ଶୁଣି ନାହାନ୍ତି କି ତାଙ୍କ ସହ ପରିଚିତ ହୋଇନାହାନ୍ତି । ତେଣୁ କିଭଳି ଭାବେ ସେ ଭୋଟ ପାଇବେ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ରାଜନୀତିର ବିଜ୍ଞ ସାଂସଦକୁ ୬ ଥର ଦେଖିଲାଣି କଟକ । ଆଉ ଗୋଟେ ପଟେ ନୂଆ ମୁହଁ । ଏ ସମସ୍ତ ଘଟଣା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିଜର ଗଡ଼କୁ କିପରି ରକ୍ଷା କରୁଛନ୍ତି ତାହା ଫଳାଫଳ ପରେ ହିଁ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ