Masthead

ବଡସାହି ବିଜେଡି ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ରଙ୍କୁ ବିରୋଧ

ବଡ଼ସାହି (ବଡ଼ ଖବର ବ୍ୟୁରୋ): ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଲେ କର୍ମୀ। ବଡସାହି ବିଜେଡି ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ରଙ୍କୁ ବିରୋଧ କରି ପ୍ରଚାର ବେଳେ ଗାଁରେ ପୂରାଇ ଦେଲେନି। ଶେଷରେ ଫେରିଗଲେ ବିଧାୟକ ପ୍ରାର୍ଥୀ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ବ୍ଲକ ମହିଶାଶୋଳ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଦଳର ମହିଶାଶୋଳ ପଞ୍ଚାୟତ ସ୍ତରର ନେତାଙ୍କୁ ଅଣଦେଖା କରିବା ବଡ଼ସାହିର ବିଜେଡି ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ରାଲିରେ ଯାଉଥିବା ବେଳେ ତାଙ୍କୁ ମହିଷାଶୋଳ ଛକରେ ବିଜେଡି ନେତା ଓ ଅନ୍ୟ କର୍ମୀମାନେ ତାଙ୍କୁ ଅଟକାଇଥିଲେ। କାହିଁକି ପଞ୍ଚାୟତ ସ୍ତରର ନେତା ଓ କର୍ମୀଙ୍କୁ ନ ପଚାରି ତଥା ସେମାନଙ୍କୁ ସାମିଲ ନ କରି କାର୍ଯ୍ୟକ୍ରମ କରୁଛ ବୋଲି ବିଜେଡି ପ୍ରାର୍ଥୀ ଅନୁସୂୟା ପାତ୍ର ଏବଂ ତାଙ୍କ ସ୍ଵାମୀ ତଥା ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ରଙ୍କୁ ପଚାରିଥିଲେ। କିଛି ସମୟ ଧରି ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ପରେ ରାଲି ବନ୍ଦ ହୋଇଯାଇଥିଲା ଓ ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ର ସେଠାରୁ ଫେରିଯାଇଥିଲେ। ଏହି ଘଟଣା ନେଇ ବିଜେଡି କିମ୍ୱା ଦଳର ବଡ଼ସାହି ବିଧାୟକ ପ୍ରାର୍ଥୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା