Masthead

ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍‌ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ: ନରେନ୍ଦ୍ର ମୋଦ

ବାରିପଦା(ବଡ଼ ଖବର ବ୍ୟୁରୋ): ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ବକ୍ତବ୍ୟ । ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ । ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଛି । ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି । ପୂର୍ଣ୍ଣ ବହୁମତ ସରକାର ପାଇଁ ଦେଶ ନିର୍ଣ୍ଣୟ କରିନେଇଛି । ଆଜି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେଉଛି । ଆସନ୍ତା ୫ ବର୍ଷ ପର୍ୟ୍ୟନ୍ତ ଲୋକଙ୍କୁ ଏମିତି ମାଗଣା ରାସନ ମିଳିବ । ଆସନ୍ତା ୫ ବର୍ଷ ଭାରତର ବିକାଶ ପାଇଁ ଅଦ୍ଭୁତପୂର୍ବ ଉପଲବ୍ଧି ଦେବ ।

ଭାରତ ବିଶ୍ବର ତୃତୀୟ ବୃହତ୍ତ ଅର୍ଥଶକ୍ତି ହେବାକୁ ଯାଉଛି । ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍‌ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ । ଜୁନ୍‌ ୧୦ରେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆଜି ଓଡ଼ିଶା କହୁଛି- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ । ଆଜି ଓଡ଼ିଶା କହୁଛି- ଦୁଇଥର ପଦ୍ମ, ଦୁଇ ଗୁଣ ବିକାଶ ହେବ । ଓଡ଼ିଶା ଲୋକ ଚାହାଁନ୍ତି ମୋଦି ଗ୍ୟାରେଣ୍ଟି । ମୟୂରଭଂଜ ମାଟି ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ । ମୟୂରଭଂଜରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି । ଆଜି ମୟୂରଭଂଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ବିଜେପି ସରକାର ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ । ବିଜେପି ସାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ