Masthead

ପୂଜା ବାହାନାରେ ଦୁଷ୍କର୍ମ

ପଡ଼ିଆ (ବଡ଼ ଖବର ବ୍ୟୁରୋ): ମାଲକାନାଗିରି ଜିଲ୍ଲା ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟେକାଲଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗ୍ରହଶାନ୍ତି ପାଇଁ ପୂଜାପାଠ କରିବା ନାମରେ ଜଣେ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଏତଲା ହୋଇଛି।
ଟେକାଲଗୁଡ଼ା ଗ୍ରାମର ସୁମନ୍ତଙ୍କ ଘରେ ଦୀର୍ଘଦିନ ଧରି ନାନା ସମସ୍ୟା ଲାଗି ରହିବା ସହ ବିଭିନ୍ନ ସମୟରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନ ଥିଲା। ଏଥିପାଇଁ ନିଜର ଭାଗ୍ୟକୁ ଦାୟୀ କରି ଏଥିରୁ ମୁକୁଳିବାକୁ ଏମପିଭି ୬୬ ଗ୍ରାମର ଅପୂର୍ବ ପାଲଙ୍କୁ ନିଜର ପରିସ୍ଥିତି ସମ୍ପର୍କରେ ଜଣାଇଥିଲେ। ଅପୂର୍ବ ଏହାର ସୁଯୋଗ ନେଇ ସୁମନ୍ତଙ୍କ ଗ୍ରହ ଖରାପ ଥିବାରୁ ପୂଜାପାଠ କରି ଏହାର ପ୍ରତିକାର କରିବାକୁ କହିଥିଲେ। ଗତ ଗୁରୁବାର ଏଥିପାଇଁ ସୁମନ୍ତଙ୍କ ଘରେ ପୂଜାପାଠ କରାଯାଇଥିଲା । ପରଦିନ ସକାଳେ ସୁମନ୍ତଙ୍କୁ ପୂଜାଫୁଲ ଘରଠାରୁ ଦୁଇ କିଲୋମିଟର ଦୂରରେ ଫିଙ୍ଗିବାକୁ ପଠାଇଥିଲେ ଅପୂର୍ବ । ସୁମନ୍ତ ଘରୁ ଯିବା ପରେ ତାଙ୍କ ସ୍ତ୍ରୀଙ୍କୁ ଜୋର ଜବରଦସ୍ତ ବଳାତ୍କାର କରିବା ସହ ହତ୍ୟା ଧମକ ଦେଇଥିଲେ ଅପୂର୍ବ । ଏ ବାବଦରେ ପୀଡ଼ିତା ଗତକାଲି ସନ୍ଧ୍ୟାରେ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଅପୂର୍ବ ପାଲଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଥିବା ପଡ଼ିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ