Masthead

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ୬ ଟି ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । ୬ ଟି ସଂସଦୀୟ କ୍ଷେତ୍ରର ୪୨ ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର ୫୦.୮୮ ଲକ୍ଷ , ମହିଳା ଭୋଟର ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟର ୬୦୮୭ ଜଣ । ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର ।

୧୪ ସହ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦ % ଆଦର୍ଶ ବୁଥ , ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି । ୩୯୪ ବିଧାନସଭା ପ୍ରାର୍ଥୀ, ୬୬ ଲୋକସଭା ପ୍ରାର୍ଥୀ । ସିଏପିଏଫର ୧୨୫ କମ୍ପାନୀ ମୁତୟନ ହେବେ । ୨୦ ଯାଜପୁର,୨୨ ବାଲେଶ୍ୱର, କେନ୍ଦ୍ରାପଡ଼ା ୧୮, ଭଦ୍ରକ ୧୬, ୧୨ ଜଗତସିଂହପୁର, ୧୮ ମୟୁରଭଞ୍ଜ, ୧୨ କଟକ, ୭ ପୁରୀ । ନିଡବ୍ଲ୍ୟୁଡି ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥକୁ ମୋବାଇଲ ମନା କରାଯାଇଛି । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । ୨୦୧୯ରେ ଏହି ୬ ଟି ସଂସଦୀୟ କ୍ଷେତ୍ରରେ ୭୪% ମତଦାନ ହାର ରହିଥିଲା ।

ବୋଲଗଡ଼ର ବୁଥ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ । ସେପଟେ ୨୦୧୪ରେ ୨୦ କୋଟି, ୨୦୧୯ ରେ ୪୪.୦୭ କୋଟି, ୨୦୨୪ ରେ ଆଜି ପର୍ଯ୍ୟନ୍ତ ୨୭୫ କୋଟି ଜବତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୧୪ରେ ୧.୮୯କୋଟି, ୨୦୧୯ରେ୧.୮୭କୋଟି, ୨୦୨୪ ବର୍ତ୍ତମାନ ସୁଦ୍ଧା ୨୦.୦୮ କୋଟି ଟଙ୍କା ଜବତ ହୋଇଛି । ମତଦାନ ହାର ୨୦୧୯ ତୁଳନାରେ ଅଧିକ ରହିଛି । ଭୁବେନେଶ୍ୱର ମତଦାନ ହାର ୫୦ % ରୁ ଅଧିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି