Masthead

କେଜ୍ରିୱାଲଙ୍କ ଜାମିନ ଆବେଦନ, ଜୁନ୧ରେ ଶୁଣାଣି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରୁଜୁ ମନିଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ରାଏଲ କୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି। ଏହି ଆବେଦନକୁ ଇଡି ଆଜି କୋର୍ଟରେ ଜୋରଦାର ବିରୋଧ କରିଛି। ତଥାପି ରାଉଜ ଆଭିନ୍ୟୁ କୋର୍ଟ ପୂରା ଆବେଦନ ଉପରେ ଜବାବ ରଖିବାକୁ ଇଡିକୁ କହିଛନ୍ତି। ଜୁନ ୧ ତାରିଖ ସୁଦ୍ଧା ଇଡି ଆବେଦନ ଉପରେ ଜବାବ ରଖିବ। ଜୁନ ୧ ତାରିଖ ଦିନ ୨ଟା ବେଳେ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରାଯିବ।

କେଜ୍ରିୱାଲଙ୍କ ଆବେଦନ ଉପରେ ଇଡି କହିଛି, ଆମେ କେଜ୍ରିୱାଲଙ୍କ ନିୟମିତ ଏବଂ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଉତ୍ତର ଦାଖଲ କରିବୁ। ଇଡି ପାଇଁ ହାଜର ହୋଇଥିବା ଆଡ୍‌ଭୋକେଟ ଏସ୍‌.ଭି ରାଜୁ କହିଛନ୍ତି୍‌, କେଜ୍ରିୱାଲ ସବୁଆଡ଼େ ପ୍ରଚାର କରୁଛନ୍ତି, ସେ ଅନେକ ସ୍ଥାନ ପରିଦର୍ଶନ କରୁଛନ୍ତି ଏବଂ ରାଲିରେ ସମ୍ବୋଧିତ କରୁଛନ୍ତି। ତାଙ୍କ ସ୍ବାସ୍ଥ୍ୟ ତାଙ୍କୁ ପ୍ରଚାରରେ ଅଟକାଉ ନାହିଁ। କେଜ୍ରିୱାଲଙ୍କ ଆବେଦନକୁ ଜବାବ ଦେଇ ଏସ୍‌.ଭି ରାଜୁ କହିଛନ୍ତି, ମୁଁ ବର୍ତ୍ତମାନ ଏକ କପି ପାଇଛି। ମୋର ଉତ୍ତର ଦାଖଲ କରିବାକୁ ମୋତେ ସମୟ ଦରକାର। ଶେଷ ମୁହୂର୍ତ୍ତରେ ଜାମିନ ଆବେଦନ କରାଯାଇଛି, ତାଙ୍କ ଆଚରଣ ଯୋଗୁ ତାଙ୍କୁ ଜାମିନ ମିଳିବ ନାହିଁ।

ଅନ୍ୟପକ୍ଷରେ ଦିଲ୍ଲୀ ମନ୍ତ୍ରୀ ଆତିଶୀ କହିଛନ୍ତି, “ଯେତେବେଳେ କେଜ୍ରିୱାଲ ଇଡି ଓ ବିଚାର ବିଭାଗୀୟ ହାଜତରେ ଥିଲେ ସେତେବେଳେ ୭ କେଜି ଓଜନ ହରାଇଥିଲା। ହଠାତ୍‌ ଓଜନ ହ୍ରାସକୁ ନେଇ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ସେ ଜାମିନରୁ ମୁକୁଳିଥିଲେ ହେଁ ଓଜନ ବୃଦ୍ଧି କରି ପାରି ନାହାନ୍ତି। ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କର କେଟୋନ ସ୍ତର ଅତ୍ୟଧିକ ବଢ଼ି ଯାଇଛି। ଏଭଳି ସ୍ଥିତିରେ କିଡ୍‌ନୀ ଓ କର୍କଟ ଭଳି ମେଡିକାଲ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରମାନେ ତାଙ୍କ ପିଇଟି ସ୍କାନ ଠାରୁ ଆରମ୍ଭ କରି ଅନ୍ୟ ପରୀକ୍ଷା ସବୁ କରିବାକୁ କହିଛନ୍ତି।”ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ କେଜ୍‌ରିଓ୍ବାଲଙ୍କୁ ମେ’ ୧୦ରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଏବଂ ଜୁନ୍‌ ୨ରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ