Masthead

ଭୋଟର ତାଲିକାରୁ କଟିଲା ନାଁ, ମତଦାନରୁ ବଞ୍ଚିତ ହେଲେ କିଶୋର ଦ୍ୱିବେଦୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୋଟ ଦେବାରୁ ବଞ୍ଚିତ ହେଲେ କିଶୋର ଦ୍ୱିବେଦୀ । ବିଶିଷ୍ଟ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କ ନାମ ଭୋଟର ତାଲିକାରୁ ଗାଏବ ହୋଇ ଯାଇଥିବା ଖବର ମିଳିଛି । ଭୋଟ ପରିଚୟପତ୍ର ଥାଇ ମଧ୍ୟ ସେ ଭୋଟ ଦାନ କରିବାରୁ ଆଜି ବଂଚିତ ହୋଇଛନ୍ତି ।

ଶ୍ରୀ ଦ୍ୱିବେଦୀ ଯାଜପୁର ଜିଲ୍ଲା ବରୀ ଗ୍ରାମ ପଂଚାୟତର ଭୋଟର । ସେ ଦିଲ୍ଲୀରେ ରହୁଥିଲେ ସୁଦ୍ଧା ୨୦୧୪ ଓ ୨୦୧୯ର ସାଧାରଣ ନିର୍ବାଚନ ସମୟରେ ଗାଁରେ ଆସି ଭୋଟ ଦେଇଥିଲେ । କିନ୍ତୁ ଭୋଟର ତାଲିକାରୁ ଶ୍ରୀ ଦ୍ୱିବେଦୀଙ୍କ ନାମ କଟିଥିବା ଜଣାପଡ଼ିଛି । ସେପଟେ ତାଙ୍କ ପୁଅ ନନ୍ଦନ ଦ୍ୱିବେଦୀଙ୍କର ନାମ ପ୍ରଥମ ଥରର ମତଦାତା ଭାବେ ନିର୍ବାଚନୀ ସୂଚୀରେ ସାମିଲ କରାଯାଇଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ