ନମ୍ବର ଗେମ୍‌ ତ ଚାଲିବ… : ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବୁଧବାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ କ୍ୟାବିନେଟ ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ହାରିବା, ଜିତିବା ରାଜନୀତିର ଏକ ଅଙ୍ଗ। ନମ୍ବର ଗେମ୍‌ ତ ଚାଲିଥାଏ। ମନ୍ତ୍ରୀ ପରିଷଦର ସହଯୋଗୀମାନେ ୧୦ ବର୍ଷ ଧରି ଭଲ କାମ କରିଛନ୍ତି। ଆଗକୁ ମଧ୍ୟ କାମ କରିବୁ।

ଆମେ କ୍ଷମତା, ସଂଗଠନ, ପ୍ରତି ସ୍ଥାନରେ ଦେଶବାସୀଙ୍କ ଆଶାକୁ ପୂରଣ କରିଛୁ। ଆଗକୁ ମଧ୍ୟ କରିବୁ। ଆପଣ ସମସ୍ତେ ଭଲ କାମ କରିଛନ୍ତି, କଠିନ ପରିଶ୍ରମ କରିଛନ୍ତି ବୋଲି କହିବା ସହ ମୋଦି ସମସ୍ତଙ୍କ ମନୋବଦଳ ବଢ଼ାଇ ଧନ୍ୟବାଦ ଜଣାଇଛନ୍ତି। ଅନ୍ତିମ ଫଳାଫଳରେ ଏନଡିଏକୁ ୨୯୨ ଆସନ ମିଳିଛି। ‘ଇଣ୍ଡିଆ’ ମେଣ୍ଟକୁ ୨୩୪ ଆସନ ମିଳିଛି। ଅନ୍ୟ ଦଳଗୁଡ଼ିକ ୧୭ ଆସନ ଜିତିଛନ୍ତି। ବିଜେପି ୨୪୦ ଓ କଂଗ୍ରେସକୁ ୯୯ ଆସନ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’