Masthead

ବାଦ ପଡ଼ିଲେ ଅନୁରାଗ, ସ୍ମୃତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥର ମୋଦି କ୍ୟାବିନେଟରେ ପୂର୍ବ ସରକାରରେ ମନ୍ତ୍ରୀ ଥିବା ପ୍ରାୟ ୨୦ ଜଣ (ବିଜୟୀ/ପରାଜିତ )ନେତାଙ୍କୁ ସ୍ଥାନ ମିଳିନାହିଁ। ନୂଆ ମନ୍ତ୍ରିମଣ୍ଡଳରୁ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ନାରାୟଣ ରାଣେ ବାଦ୍‌ ପଡ଼ିଛନ୍ତି। ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ୍‌ ଶର୍ମାଙ୍କଠାରୁ ୧.୬ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ।

ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଇରାନୀ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଥିଲେ। ୨୦୧୯ ନିର୍ବାଚନରେ ସେ ଅମେଠିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ। ଏଥର ତାଙ୍କୁ ମନ୍ତ୍ରୀ କରି ରାଜ୍ୟସଭାକୁ ପଠାଇବା ଚର୍ଚ୍ଚା ହେଉଥିବାବେଳେ ସେ ନିରାଶ ହୋଇଛନ୍ତି। ହିମାଚଳ ପ୍ରଦେଶର ହମିରପୁର ଆସନରୁ ଜିତିଥିବା ଅନୁରାଗ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରି ନାହାନ୍ତି। ମୋଦିଙ୍କ ପୂର୍ବ କ୍ୟାବିନେଟରେ ସେ କ୍ରୀଡ଼ା ଓ ସୂଚନା ପ୍ରସାରଣ ମନ୍ତ୍ରୀ ଥିଲେ। ସେହିପରି ମୋଦି ୨.୦ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଥିବା ରାଣେ ଏଥର ମହାରାଷ୍ଟ୍ରର ରତ୍ନଗିରି-ସିନ୍ଧୁବର୍ଗ ଆସନରୁ ଜିତିଥିଲେ ମଧ୍ୟ ମନ୍ତ୍ରୀ ହୋଇପାରି ନାହାନ୍ତି।

ମୋଦୀଙ୍କ ୩.୦ ମନ୍ତ୍ରିମଣ୍ଡଳରେ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର, ନୀତିନ ଗଡକରୀ, ମନସୁଖ ମାଣ୍ଡଭୀୟ, ପୀୟୂଷ ଗୋଏଲ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ପ୍ରହ୍ଲାଦ ଯୋଶୀ, କିରଣ ରିଜିଜୁ, ସିଆର ପାଟିଲ, ଏଲ୍ ମୁରୁଗାନ୍, ହରଦୀପ ପୁରୀ, ଏମ୍ଏଲ୍ ଖଟ୍ଟର, ଶିବରାଜ ଚୌହାନ, ଗଜେନ୍ଦ୍ର ଶେଖାୱତ, ସୁରେଶ ଗୋପୀ ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି। ଏନଡିଏ ନେତାମାନଙ୍କ ମଧ୍ୟରେ ଏଚ୍ ଡି କୁମାରସ୍ୱାମୀ, ଜୟନ୍ତ ଚୌଧୁରୀ, ପ୍ରତାପ ଯାଦବ, ରାମ ମୋହନ ନାଇଡୁ, ସୁଦେଶ ମାହାତୋ ଏବଂ ଲଲନ ସିଂହ ରହିଛନ୍ତି। କଡ଼ା ମୁକାବିଲାରେ ଶଶି ଥରୁରଙ୍କଠାରୁ ପରାଜିତ ହୋଇଥିବା ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏଥର ବାଦ ପଡ଼ିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼