Masthead

ବିଜୁଳି ପାଇଁ ତାତିଲେ ଗାଁ ଲୋକ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ରୌଦ୍ରତାପରେ ଜୀବ ଜଗତ୍ ତ୍ରାହି ତ୍ରାହି ଡାକୁଥିଲା ବେଳେ ବିଜୁଳି ବିଭାଗର ଘନଘନ ବିଜୁଳିକାଟ୍ ଓ ଲୋ ଭୋଲଟେଜ୍ ସମସ୍ୟା ଲୋକଙ୍କୁ ଅଧିକ ଯନ୍ତ୍ରଣା ଦେଉଛି। ଘନ ଘନ ବିଜୁଳି କାଟ୍ ଫଳରେ ଆବାଳ ବୃଦ୍ଧ ବନିତା ଗରମରେ ତ୍ରାହି ତ୍ରାହି ଡାକୁଛନ୍ତି । ବିଜୁଳି ବିଭାଗର ଅଧିକାରୀମାନଙ୍କୁ ବାରମ୍ବାର ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଥିଲେ ମଧ୍ୟ ସମାଧାନ ହେଲାନାହିଁ।

ଫଳରେ ବାଧ୍ୟହୋଇ ଆଜି ଗ୍ରାମର ମହିଳାମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ପ୍ରତାପପୁର ପଞ୍ଚାୟତର ମଣ୍ଡନାଞ୍ଜୀ ଗ୍ରାମରେ। ଗ୍ରାମର ଶତାଧିକ ମହିଳା ଆଜି ସକାଳୁ ବାଉଁଶ ଦ୍ବାରା ରାସ୍ତା ଅବରୋଧ କରିଛନ୍ତି। ତେବେ ଗ୍ରାମରେ ନୂଆ ଟ୍ରାନ୍ସଫରମର ବସାଯାଇଥିବା ବେଳେ କିଛି ଗ୍ରାହକଙ୍କୁ ସେଥିରେ କନେକ୍ସନ ନଦେବା, ଘନଘନ ବିଜୁଳି କାଟ୍ ଓ ଲୋ ଭୋଲଟେଜ୍ ପ୍ରତିବାଦରେ ଆଜିର ରାସ୍ତା ଅବରୋଧ ଓ ଧାରଣା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ