Masthead

‘ପୁରୀରେ ଯୁବକଙ୍କ ସ୍ଥାୟୀତ୍ୱ ପାଇଁ ଲଢେଇ ହବ’

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ବହାରିଛି ଯୁବ କଂଗ୍ରେସ ନିର୍ବାଚନ ଫଳ । ନିର୍ବାଚନ ଫଳାଫଳ ଅନୁଯାୟୀ ଗଲା ୨୫ରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ତରଫରୁ ନିର୍ବାଚନ ଫଳାଫଳ ବାହାରିଥିଲା । ଏଥିରେ ଆଲୋକ କୁମାର ଦାଶ ଯୁବ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚିତ ହୋଇଥିବା ବେଳେ ମନୋଜ ମଣ୍ଡଳ ପୁରୀ ବିଧାନ ସଭା ଯୁବ କଂଗ୍ରେସ ସଭାପତି ହୋଇଛନ୍ତି । ସେହି ଭଳି ଅନୀଲ ବେଜ ପୁରୀ ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ହୋଇଥିବା ବେଳେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ପୂଜା ବେଜ ହୋଇଛନ୍ତି । ଏହି ପରିପେକ୍ଷୀରେ ସମସ୍ତ ନିର୍ବାଚିତ ଯୁବ କଂଗ୍ରେସ କର୍ମୀଙ୍କୁ ସମ୍ବର୍ଦ୍ଧନା ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ।

ଏହି ଶୋଭାଯାତ୍ରାର ମୁଖ୍ୟ ଉଦେ୍ଦଶ୍ୟ ଥିଲା ଯୁବ କଂଗ୍ରେସ ଶୋଭାଯାତ୍ରା ସହ ଅନେକ ଯୁବକ ଯୋଡ଼ିହେବା ସହ – ଯୁବ କଂଗ୍ରେସକୁ ସୁଦୃଢ କରାଯିବା । କେବଳ ଏତିକି ନୁହେଁ ଯୁବ କଂଗ୍ରେସ ଜିଲ୍ଲା ସଭାପତି ଏହି ଶୋଭାଯାତ୍ରାକୁ ସମ୍ବୋଧନ କରି କହିଛନ୍ତି ପୁରୀରେ ଅନେକ ଯୁବକଙ୍କ ସ୍ଥାୟୀତ୍ୱ ପାଇଁ ଲଢେଇ ହବ । ପୁରୀରେ ଅନେକ ସମସ୍ୟା ରହିଛି । ପୁରୀର ଯୁବକମାନଙ୍କ ପାଇଁ ନିଯୁକ୍ତି ରହିଛି ହେଲେ ସେଇ ସବୁ ଉପରେ ବାହାର ରାଜ୍ୟ ପିଲା ହକ ଜମାଇ ରଖିଛନ୍ତି ।

ପୁରୀ ସହର ପାଇଁ ଆଗାମୀ ଦିନରେ ଲଢେଇ ହବା ଯୁବକମାନଙ୍କ ହକ ଓ ସ୍ଥାୟୀତ୍ୱ ଉପରେ ଲଢେଇ ହେବ । ପୂର୍ବରୁ ସଦାସର୍ବଦା ପୁରୀ ଜନସାଧାରଣଙ୍କ ସମସ୍ୟା ସହ ଆମେ ଯୋଡି ହୋଇ ରହିଛୁ । ଭଲମନ୍ଦ ଦୁଃଖସୁଖରେ ପୁରୀବାସୀଙ୍କ ସହ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଦାସର୍ବଦା ଜନସାଧାରଣଙ୍କ ସହ ରହିଛି । ଆଗାମୀ ଦିନରେ ଆମେ ମଧ୍ୟ ସେଇ ବିଶ୍ୱାସର ସହ ପୁରୀର ଜନସାଧାରଣଙ୍କ ସହ ରହିବୁ ଏବଂ ସେମାନଙ୍କ ହକର ଲଢେଇ ଲଢ଼ିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼