Masthead

ଭୋଟ ପାଇଁ ଏସଏଚ ଜି ମହିଳାଙ୍କୁ ଟଙ୍କା ବଣ୍ଟା, ଗାଁ ଗାଁରେ କଳି ଝଗଡା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମିଶନଶକ୍ତିକୁ ଦାୟିତ୍ୱ ଦିଆଯିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବ୍ଲକ ମହିଳା ଫେଡେରେସନ ମୁଖିଆଙ୍କ ଠାରୁ ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପାଇଥିବା ଏମ୍ବିକେ, ସିଆରପି, ମହିଳା ଫେଡେରେସନ ସଭାପତି ଓ ସମ୍ପାଦିକା ଏମାନଙ୍କୁ ବିଜେଡି ପାଇଁ କାମରେ ଲଗାଯାଇଥିଲା । ଗାଁ ଗାଁରେ ଥିବା ଏସଏଚଜି ମହିଳାମାନଙ୍କୁ ସେତେବେଳେ ସରକାରୀ ଦଳ ପକ୍ଷରୁ ଭୋଟ ପାଇଁ ନୋଟ ଲାଞ୍ଚ ଦେବା ଘଟଣାକୁ ନେଇ ବିରୋଧୀ ବରୋଧ କରିଥିଲେ ।

କିନ୍ତୁ ଦଳୀୟ ଭିତ୍ତିରେ ଏହି ଟଙ୍କା ବଣ୍ଟାଯିବା ଘଟଣାକୁ ନେଇ ମାହାଙ୍ଗା ବ୍ଲକ ମିଶନଶକ୍ତି ସହିତ ଯୋଡିହୋଇ କାର୍ଯ୍ୟ କରୁଥିବା ମହିଳାମାନେ ତୀବ୍ର ଅସନ୍ତୋଷ ଥିଲେ । ନିର୍ବାଚନ ପରେ ସେମାନେ ନିଜ ନିଜ ଗୋଷ୍ଠୀର ସଭାପତି ଓ ସମ୍ପାଦିକାଙ୍କୁ ଘେରିବା ସୂଚନା ମିଳିଛି । ତୁମେ ଟଙ୍କା ଖାଇବ ଆମେ କେବଳ ନାଁ’କୁ ଗ୍ରୁପରେ ରହିବୁ, ଦଳୀୟ ଭିତ୍ତିରେ ଟଙ୍କା ବାଣ୍ଟିବ, ଯିଏ ଶଙ୍ଖକୁ ଭୋଟ ନଦେବ ସେ ପଇସା ପାଇବନି । ଏଭଳି ଅଭିଯୋଗ ନେଇ ମାହାଙ୍ଗାର ଅଧିକାଂଶ ପଞ୍ଚାୟତରେ ମିଶନଶକ୍ତି ମହିଳା ଗାଁ ଦାଣ୍ଡରେ ଲଢୁଛନ୍ତି ।

ଓସଙ୍ଗ ଏବଂ ଗୋକନ ପଞ୍ଚାୟତରୁ ଆସିଥିବା ଏହି ରୋଚକ ଦୃଶ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ମିଶନ ଶକ୍ତିକୁ କିଭଳି ବିଜେଡି ନିୟନ୍ତ୍ରଣ କରୁଥିଲା ଏହାର ତଦନ୍ତ ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ