Masthead

ଭୋଟ ପାଇଁ ଏସଏଚ ଜି ମହିଳାଙ୍କୁ ଟଙ୍କା ବଣ୍ଟା, ଗାଁ ଗାଁରେ କଳି ଝଗଡା

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମିଶନଶକ୍ତିକୁ ଦାୟିତ୍ୱ ଦିଆଯିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବ୍ଲକ ମହିଳା ଫେଡେରେସନ ମୁଖିଆଙ୍କ ଠାରୁ ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପାଇଥିବା ଏମ୍ବିକେ, ସିଆରପି, ମହିଳା ଫେଡେରେସନ ସଭାପତି ଓ ସମ୍ପାଦିକା ଏମାନଙ୍କୁ ବିଜେଡି ପାଇଁ କାମରେ ଲଗାଯାଇଥିଲା । ଗାଁ ଗାଁରେ ଥିବା ଏସଏଚଜି ମହିଳାମାନଙ୍କୁ ସେତେବେଳେ ସରକାରୀ ଦଳ ପକ୍ଷରୁ ଭୋଟ ପାଇଁ ନୋଟ ଲାଞ୍ଚ ଦେବା ଘଟଣାକୁ ନେଇ ବିରୋଧୀ ବରୋଧ କରିଥିଲେ ।

କିନ୍ତୁ ଦଳୀୟ ଭିତ୍ତିରେ ଏହି ଟଙ୍କା ବଣ୍ଟାଯିବା ଘଟଣାକୁ ନେଇ ମାହାଙ୍ଗା ବ୍ଲକ ମିଶନଶକ୍ତି ସହିତ ଯୋଡିହୋଇ କାର୍ଯ୍ୟ କରୁଥିବା ମହିଳାମାନେ ତୀବ୍ର ଅସନ୍ତୋଷ ଥିଲେ । ନିର୍ବାଚନ ପରେ ସେମାନେ ନିଜ ନିଜ ଗୋଷ୍ଠୀର ସଭାପତି ଓ ସମ୍ପାଦିକାଙ୍କୁ ଘେରିବା ସୂଚନା ମିଳିଛି । ତୁମେ ଟଙ୍କା ଖାଇବ ଆମେ କେବଳ ନାଁ’କୁ ଗ୍ରୁପରେ ରହିବୁ, ଦଳୀୟ ଭିତ୍ତିରେ ଟଙ୍କା ବାଣ୍ଟିବ, ଯିଏ ଶଙ୍ଖକୁ ଭୋଟ ନଦେବ ସେ ପଇସା ପାଇବନି । ଏଭଳି ଅଭିଯୋଗ ନେଇ ମାହାଙ୍ଗାର ଅଧିକାଂଶ ପଞ୍ଚାୟତରେ ମିଶନଶକ୍ତି ମହିଳା ଗାଁ ଦାଣ୍ଡରେ ଲଢୁଛନ୍ତି ।

ଓସଙ୍ଗ ଏବଂ ଗୋକନ ପଞ୍ଚାୟତରୁ ଆସିଥିବା ଏହି ରୋଚକ ଦୃଶ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ମିଶନ ଶକ୍ତିକୁ କିଭଳି ବିଜେଡି ନିୟନ୍ତ୍ରଣ କରୁଥିଲା ଏହାର ତଦନ୍ତ ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ