Masthead

କଂଗ୍ରେସ ଓବିସି ସେଲ ସଭାପତିଙ୍କୁ ନିଲମ୍ବନ, ଚିଠିକୁ ଚିରି ଦେଲେ ଓବିସି ସେଲ ସଭାପତି

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଗତକାଲି ଅନୁଗୋଳ ଜିଲ୍ଲାର କଂଗ୍ରେସ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁଙ୍କୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ନିଲମ୍ବନ କରିବା ନେଇ ଚିଠି କରିବା ପରେ ଶ୍ରୀ ସ୍ବାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଥିଲେ। ସେ ଏହି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ଟାର୍ଗେଟ କରିଥିଲେ। ସେ କହିଲେ ପିସିସି ନିର୍ବାଚନ ଭଳି ଘଡ଼ିସନ୍ଧି ସମୟରେ ଶ୍ରୀ ଭଟ୍ଟଙ୍କୁ କାମଚଳା ସଭାପତି ଦାୟିତ୍ଵ ଦେଇଥିଲେ। କୌଣସି ସଦସ୍ୟଙ୍କୁ ନିଲମ୍ବନ କରିବାର କ୍ଷମତା ତାଙ୍କର ନାହିଁ। ଜଣେ ଅଯୋଗ୍ୟ, ଅପାରଗ ବ୍ୟକ୍ତି ଦଳକୁ କେବେ ହେଲେ ଉପରକୁ ନେଇ ପାରିବ ନାହିଁ। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାୟ ୩୦ ହଜାର ଭୋଟ ହାତେଇ ଥିଲା।

କିନ୍ତୁ ଚଳିତ ନିର୍ବାଚନରେ ସେ ଭୋଟ ଗଲା କୁଆଡେ ବୋଲି ଶ୍ରୀ ସ୍ବାଇଁ ପ୍ରଶ୍ନ କରିଥିଲେ। ଦଳକୁ ବିକ୍ରି କରି ସେ ଟଙ୍କାରେ ନେତା ଅୟସ କଲେ ଅବସ୍ଥା କଣ ହୁଏ ତାହା ଏବେ ଲୋକ ଦେଖୁଛନ୍ତି। ଦଳର ଉନ୍ନତି ପାଇଁ ତୃଟି ବିଚ୍ୟୁତି କହିବାରେ ମୋର ସଙ୍କୋଚ ନାହିଁ ଏବଂ ମୁଁ ଏଥି ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସ୍ବାଇଁ କହିଥିଲେ। ମୋ ପାଇଁ ଅନ୍ୟାୟ କରା ଯାଇଥିବାରୁ ଏବଂ ଦଳର ପ୍ରଦର୍ଶନ ନେଇ ମୁଁ ଇସ୍ତଫା ଦେଇ ସାରିଛି। ଏଣୁ ମୋତେ ଦିଆଯାଇଥିବା ଅଦରକାରୀ ଚିଠିକୁ ମୁଁ ସର୍ବ ସମ୍ମୁଖରେ ଚିରୁଛି କହି ନିଲମ୍ବନ ଚିଠିକୁ ଚିରି ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ