Masthead

‘ଯେ କୌଣସି ସମୟରେ ଭାଙ୍ଗିଯାଇପାରେ ଏନଡିଏ ସରକାର’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯେ କୌଣସି ସମୟରେ ଭାଙ୍ଗିଯାଇପାରେ ଏନଡିଏ ସରକାର । ଏଭଳି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି, ଭୁଲରେ ଏନଡିଏ ସରକାର ଗଠନ କରାଯାଇଥିଲା। ଏହା ଏକ ସଂଖ୍ୟାଲଘୁ ସରକାର। ଏହି ସରକାର ଯେକୌଣସି ସମୟରେ ଭାଙ୍ଗିପାରେ। ଖଡଗେ ଆହୁରି କହିଛନ୍ତି, ଦେଶକୁ ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ୟ୍ୟ କରିବା ଉଚିତ। କିନ୍ତୁ ଆମର ପ୍ରଧାନମନ୍ତ୍ରୀଙ୍କର କିଛି ନ କରିବାର ଅଭ୍ୟାସ ଅଛି। କିନ୍ତୁ ଦେଶକୁ ମଜବୁତ କରିବା ପାଇଁ ଆମେ ସହଯୋଗ କରିବୁ। ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସର ମନୋବଳ ଅଧିକ ଶକ୍ତିଶାଳୀ ହୋଇଛି। ଯଦିଓ ଏନଡିଏ ମିଳିତ ମଞ୍ଚ ସରକାର ଗଠନ କରିଛି, ଇଣ୍ଡି ମିଳିତ ମଞ୍ଚ ୨୩୪ ଟି ଆସନ ଜିତିବାରେ ସଫଳ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା