Masthead

ଶ୍ରମଜୀବୀଙ୍କୁ ମିଳିବ ନ୍ୟାୟ: ଗଣେଶ ରାମ ଖୁଣ୍ଟିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’ର ବଡ଼ ପ୍ରଭାବ । ରାୟଗଡ଼ା ଶ୍ରମ ବିଭାଗର କେଳେଙ୍କାରୀଙ୍କୁ ନେଇ ମନ୍ତ୍ରୀଙ୍କ ବୟାନ । ଶ୍ରମଜୀବୀଙ୍କୁ ନ୍ୟାୟ ମିଳିବ କହିଲେ ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । କେଳେଙ୍କାରୀରେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ନିଆଯିବ ଆକ୍ସନ । ବିଭାଗୀୟ ଅଧିକାରୀଙ୍କ ସହ କରାଯିବ ଆଲୋଚନା । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଗଣେଶ ରାମ ଖୁଣ୍ଟିଆ । ରାୟଗଡ଼ା ଶ୍ରମ ବିଭାଗର ଶ୍ରମିକଙ୍କୁ ମୃତ ଦର୍ଶାଇ ଉଠାଇ ଯାଇଛି କୋଟି କୋଟି ଟଙ୍କା । ଟଙ୍କା ଉଠାଇବା ବେଳେ ଜାଲ ମୃତ୍ୟୁ ପ୍ରମାଣ ଦିଆଯାଇଛି ।

କେଳେଙ୍କାରୀ ପଛରେ ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ହାତ ଥିବା ଜଣା ପଡ଼ିଛି । ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ଶ୍ରମିକ । ହଡପ କରାଯାଇଥିବା ଟଙ୍କାଙ୍କୁ ଫେରାଇବା ପାଇଁ ଦାବି କରିଥିଲେ । ନିର୍ମାଣ ଶ୍ରମିକଙ୍କ ମରଣାନ୍ତର ସହାୟତା ପାଇଁ କୋଟିକୋଟି ଟଙ୍କା ଆତ୍ମସାତ ହୋଇଛି । ଚଞ୍ଚକତାର ସହ କରାଯାଇଛି ସମସ୍ତ ପ୍ରକ୍ରୀୟା । ଜିଲାର ଚନ୍ଦ୍ରପୁର ଏବଂ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦୁଇଜଣ ବ୍ୟକ୍ତିଙ୍କ ନକଲି ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରି ଟଙ୍କା ଚଳୁ କରଯାଇଛି ।

ସେହିପରି ଆନ୍ଧ୍ର ପ୍ରଦେଶରେ ମୃତ ଶ୍ରମିକଙ୍କୁ ୧ବର୍ଷ ପରେ ପୁଣି ମୃତ ଦର୍ଶାଇ ଟଙ୍କା ଆତ୍ମସାତ କରଯାଇଛି । ସବୁଠାରୁ ବିସ୍ମୟ ଓ ବିଡମ୍ବନାର କଥା ଯେ ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜିକୃତ ୩୦ରୁ ଉଦ୍ଧ୍ୱର୍ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଏକାଧିକ ଥର ଟଙ୍କା ଦେଇ ଯୋଜନା ଭିତ୍ତିକ ରୂପେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସହାୟତା ରାଶିକୁ ବାଟ ମାରଣା କରିଚାଲିଛନ୍ତି । ତେବେ କାର୍ଯ୍ୟାଳୟର ଯେଉଁ ଅଧିକାରିଣୀ ଏହାର ତଦାରଖ କରିବା କଥା ନିଜେ ସମ୍ପୃକ୍ତ ଅଧିକାରିଣୀ ଜସ୍ମିନ ଶୁଭଦର୍ଶିନୀ ସାହୁ ତମାମ ଘଟଣାକୁ ଭିଆଇଛନ୍ତି । ଦୁର୍ନୀତିଗ୍ରସ୍ତ ସରକାରଙ୍କ ଛତ୍ରଛାୟାରେ ରହି ଚାଲିଥିବା ଏହି କଳା କାରନାମାର ଗୁମର ଧିରେଧିରେ ଫିଟିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ