Masthead

ମଦୁଆ ଦଉଚି ରୋଗୀକୁ ସାଲାଇନ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଦୁଆ ହାତରେ ସାଲାଇନ ବୋତଲ । ମଦୁଆ ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଘଟଣାଟି ଗତକାଲି ସଂନ୍ଧ୍ୟାରେ ହୋଇଥିବାର ଜଣାପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତେକ ଦିନ ଶହ ଶହ ରୋଗୀ ଚିକିତ୍ସା ହେବାକୁ ଆସୁଥିବା ବେଳେ ଏପରି ଘଟଣା ଲୋକଙ୍କୁ ଭୟଭୀତ କରୁଛି ।

ଖଲାରୀ ଗ୍ରାମର ଶିବାଶିଷ ହୋତା ତାଙ୍କ ୭୯ ବର୍ଷର ମାଆ ନଳିନୀ ହୋତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗତ ୧୭ ତାରିଖରୁ ଆଣି ଟ୍ରକ ଓନର ଆସୋସିଏସନ କ୍ୟାବିନ ରୁମରେ ଆଡ଼ମିସନ କରାଇ ଚିକିତ୍ସା କରୁଥିଲେ । କିନ୍ତୁ ଗତକାଲି ସଂନ୍ଧ୍ୟାରେ ଡାକ୍ତର ରାଉଣ୍ଡ ସାରି ଗଲାପରେ ନର୍ସଙ୍କ ଅନୁପସ୍ଥିତିରେ ଏକ ମଦ୍ୟପ ବ୍ୟକ୍ତି ଯିଏ ନିଜେ ଠିକ ସେ କଥା କହିପାରୁନଥିବା ଓ ଠିକ ସେ ଛିଡା ହୋଇପାରୁନଥିବା ଅବସ୍ଥାରେ ଆସି ନଳିନୀ ହୋତାଙ୍କୁ ସାଲାଇନ ଦେବାକୁ କହିଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ସାଲାଇନ ଦେବାକୁ ମନା କରିବା ସହିତ କିଏ ତୁମକୁ ପଠେଇଚି ବୋଲି ପ୍ରଶନ କରିଥିଲେ ।

ସେ କହିଥିଲେ ମୁଁ ସକାଳେ ଭୋଜିରେ ପିଇ ଥିଲି । ଏବେ ପିଇନି ମୋତେ ଦିଦି ପଠେଇଛନ୍ତି ମୁଁ ମଦ ପିଇ ନାହିଁ, ମୁଁ ମୋ ନା ଜାଣିନାହିଁ କହି ଯୁକ୍ତିତର୍କ ମଧ୍ୟ୍ୟ କରିଥିଲେ । ପରେ ନର୍ସ ନିଜେ ଆସି ସାଲାଇନ ଦେବା ସହିତ ବୁଝାସୁଝା କରିଥିଲେ । ସେପଟେ ଏପରି ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଓ ରୋଗୀର ପରିବାରଙ୍କୁ ଭୟଭୀତ କରାଉଥିବାର ନଳିନୀଙ୍କ ପୁଅ ଶିବାଶିଷ ହୋତା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ