Masthead

ବଦଳିବ କେରଳର ନାଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିବ କେରଳର ନାଁ। ଏନେଇ କେରଳ ବିଧାନସଭାରେ ସର୍ବସମ୍ମତିରେ ଏକ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ନାଁକୁ ‘କେରଳ’ ବଦଳରେ ରଖାଯିବ ‘କେରଳମ’। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗତକାଲି ବିଧାନସଭାରେ ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ। ସେ କେନ୍ଦ୍ର ନିକଟରେ ଦେଶର ସାମ୍ବିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି।

ସେ କେନ୍ଦ୍ର ନିକଟରେ ଦେଶର ସାମ୍ବିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି । ଏହା ଦ୍ୱିତୀୟ ଥର ପାଇଁ ବିଧାନସଭାରେ ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ କିଛି ବୈଷୟିକ ପରିବର୍ତନ ପାଇଁ ପରାମର୍ଶ ଦେଇଥିଲା ।

ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମଲୟାଲମରେ ରାଜ୍ୟକୁ କେରଳମ କୁହାଯାଏ। ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି। ତେଣୁ ସମ୍ବିଧାନର ଅନୁଛେଦ-୩ ଅନୁସାରେ ପ୍ରଥମ କାର୍ୟ୍ୟସୂଚୀରେ ଏହାର ନାଁ ପରିବର୍ତ୍ତନ କରି କେରଳମ କରାଯାଉ ବୋଲ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିଧାନସଭାରେ ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ କିଛି ବୈଷୟିକ ପରିବର୍ତନ ପାଇଁ ପରାମର୍ଶ ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ