Masthead

ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ମିଳିଛି ଆଶ୍ବସ୍ତି । ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା। ହେଲେ ଅପରାହ୍ନରୁ କାଳବୈଶାଖୀ ବର୍ଷା ଥଣ୍ଡା କରିଦେଇଥିଲା। ଆକାଶରେ କଳାହାଣ୍ଡିଆ ବାଦଲ ଦେଖାଦେବା ପରେ ଘଡ଼ଘଡ଼ି ସହ ପବନ ଓ ବର୍ଷା ହୋଇଥିଲା।ତେବେ ୨ଦିନ ଗୁଳୁଗୁଳି ଜାରି ରହିବ। ବିଶେଷକରି ଉପକୂଳ ଜିଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ଦେଖାଦେବ ଓ ଏହାପରେ ପାଗରେ ପରିବର୍ତ୍ତନ ହେବ।

୩ରୁ ୪ ଡିଗ୍ରୀ ତାପମାତ୍ରା କମିବ। ଗୁରୁବାର ସମ୍ବଲପୁର, ସୋନପୁର ବୌଦ୍ଧ ଓ ବଲାଙ୍ଗୀର ଜିଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ନିଂ ଦିଆଯାଇଛି। ସେହିପରି କଳାହାଣ୍ଡି, ନୂଆପଡା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର ଓ ସମ୍ବଲପୁରରେ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ସେହିପରି ସମ୍ବଲପୁର, ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡିକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଏବଂ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳର ୧୧ ଜିଲା ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ନିଂ ରହିଛି।

କଟକ, ଭୁବନେଶ୍ୱର, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ହେବାରୁ ବଡ଼ ବଡ଼ ଗଛ ଉପୁଡି ପଡିଥିବାବେଳେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ବୁଧବାର ୧୭ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ରହିଥିଲାବେଳେ ଟିଟଲାଗଡ଼ ୪୩.୫, ସୋନପୁର ୪୩.୧, ବଲାଙ୍ଗୀର ୪୩.୦, ଝାରସୁଗୁଡା ୪୨.୭, ବୌଦ୍ଧ ୪୨.୬, ହୀରାକୁଦ ୪୨.୫, ବରଗଡ଼ ୪୨.୫, ଭବାନୀପଟଣା ୪୨.୨, ନୂଆପଡ଼ା, ୪୨.୨, ଅନୁଗୋଳ ୪୨.୧, ସୁନ୍ଦରଗଡ଼ ୪୨.୦, ନୟାଗଡ଼ ୪୧.୫, ଫୁଲବାଣୀ ୪୦.୬, ତାଳଚେର, ମାଲକାନାଗିରି ଓ ଖୋର୍ଦ୍ଧାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ଼ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….?