Masthead

ଦାରିଦ୍ର୍ୟତା ନେଲା ପୁଅ-ମାଆ ଙ୍କ ଜୀବନ

ଉମରକୋଟ,(ବଡ଼ ଖବର ବ୍ୟୁରୋ):
ଅର୍ଥ ଅଭାବ ରୁ ର ପୁଅ ର ଚିକିତ୍ସା କରାଇ ପାରିଲେ ନାହିଁ ମା । ଚିକିତ୍ସା ଅଭାବ ରୁ ପୁଅ ମୃତ୍ୟୁ ବରଣ କରିବା ପରେ ପୁଅ ର ମୃତ୍ୟୁ ରେ ଭାଙ୍ଗି ପଡି ଶେଷରେ ମା ମଧ୍ୟ ଅନ୍ୟ ଏକ ଘର ଭିତରେ ବେକରେ  ରଶି ଆତ୍ମହତ୍ୟା କରିଛନ୍ତି ।

ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜାମଦୋରା ଗାଁ ରେ। ଅଲଗା ଅଲଗା ବନ୍ଦ କୋଠରୀ ରୁ  ମା ସାଇବେଣି ହରିଜନ ଙ୍କ ଶବ  ଝୁଲନ୍ତା ଅବସ୍ଥାରେ ଥିବାବେଳେ ପୁଅ ତୁଳସୀ ରାମ ହରିଜନ ଙ୍କ ଶବ  ଚଟାଣ ରେ ପଡି ରହିଥିଲା ।

ଦୁଇ ତିନି ହେଲା ମା ଓ ପୁଅ ଦେଖା ଯାଉ ନଥିଲେ ଏହିଥିରେ ଗ୍ରାମବାସୀ ସନ୍ଦେହ କରି ଘର ଛାତ ତାଡି ଦେଖିଥିଲେ ମା ଙ୍କ ଝୁଲନ୍ତା ଶବ ଦେଖି ଥିଲେ ପରେ ଅନ୍ୟ ଏକ ଘରେ ପୁଅ ର ମୃତ ଶରୀର ଠାବ କରି ଥିଲେ, ଗ୍ରାମବାସୀ ଏହି ସମ୍ପର୍କରେ ରାଇଘର ଥାନା ରେ ଜଣାଇବା ପରେ ରାଇଘର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଉଭୟ ଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛନ୍ତି।

ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ହେଲା ତୁଳସୀ ରାମ ଙ୍କ ଶରୀର ଅସୁସ୍ଥ ଥିଲା ଓ ପାରିବାରିକ ସମସ୍ୟା ଲାଗି ରହିଥିଲା। ତେଣୁ ଚିକିତ୍ସା ପାଇଁ ଅର୍ଥ ଅଭାବ ରୁ ମା ଅତ୍ୟଧିକ ଚାପ ରେ ରହିଥିବା ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା