Masthead

ପ୍ରଥମ ଥର ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ। ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏନଡିଏ ପକ୍ଷରୁ ପୁଣି ଥରେ ଓମ ବିର୍ଲା ନାମାଙ୍କନ ଭରିଥିବା ବେଳେ ବିରୋଧୀଙ୍କ ପକ୍ଷରୁ କେ ସୁରେଶ ପ୍ରାର୍ଥୀ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଶାସକ ଏବଂ ବିରୋଧୀଙ୍କ ସର୍ବସମ୍ମତି କ୍ରମେ ବାଚସ୍ପତିଙ୍କୁ ଚୟନ କରାଯାଉଥିଲା । କିନ୍ତୁ ଏଥର ପରମ୍ପରା ଭାଙ୍ଗିବାକୁ ଯାଉଛି ।

ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖଡ଼ଗେଙ୍କୁ ଫୋନ୍ କରି ସ୍ପିକର ପଦବୀ ପାଇଁ ସମର୍ଥନ ମାଗିଥିଲେ । ସେପଟେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିରୋଧୀ ବାଚସ୍ପତି ପୋଷ୍ଟକୁ ସମର୍ଥନ ଦେବାକୁ ରାଜି ଅଛି । ହେଲେ ବିରୋଧୀଙ୍କୁ ଉପବାଚସ୍ପତି ପଦବୀ ମିଳିବା ଦରକାର । ଏହା ଉପରେ ରାଜନାଥ ସିଂହଙ୍କ ପକ୍ଷରୁ କୌଣସି ଜବାବ ମିଳିନଥିଲା । ଏପରିକି ରାଜନାଥ କଲ ବ୍ୟାକ୍ କରିବେ କହି କରିନଥିଲେ ବୋଲି ରାହୁଲ ଅଭିଯୋଗ କରିଥିଲେ । ସେ ଆହୁରି କହିଥିଲେ ଯେ, ଆମ ନେତାଙ୍କୁ ଦୁର୍ବ୍ୟବହାର କରାଯାଉଛି ।

କେ. ସୁରେଶ ୮ ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ସେ ୧୯୮୯, ୧୯୯୧, ୧୯୯୬, ୧୯୯୯, ୨୦୦୯, ୨୦୧୪, ୨୦୧୯, ୨୦୨୪ରେ ସାଂସଦ ହୋଇଛନ୍ତି । କେ. ସୁରେଶ କେରଳର ମାବେଲିକ୍କାରା ଆସନରୁ କଂଗ୍ରେସ ସାଂସଦ ଅଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ