Masthead

୩ୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍‌ କୀ ବାତ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୩ୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍‌ କୀ ବାତ୍‌ । ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଏହି ସମୟରେ ପୂର୍ବରୁ ଚାଲିଥିବା ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍ ବର୍ତ୍ତମାନ ଆରମ୍ଭ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜିର ଦିନରେ ଇଂରେଜ ଶାସନ ବିରୋଧରେ ଆଦିବାସୀ ଅସ୍ତ୍ର ଉଠାଇଥିଲେ । ବର୍ଷା ଋତୁର ଆଗମନ ଓ ଏହାର ପ୍ରସ୍ତୁତି ନେଇ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । କେରଳରେ ସ୍ୱତନ୍ତ୍ର ପ୍ରକାର ଛତା ତିଆରି ନେଇ କହିଲେ । ଆସନ୍ତା ପ୍ୟାରିସ ଅଲିମ୍ପିକ୍ସ ନେଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ । ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଗୌରବ ବହନ କରୁଛି । କୁଏତ ନ୍ୟାସନାଲ ରେଡିଓରେ ହିନ୍ଦୀ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ।

ପ୍ରତି ରବିବାର କୁଏତରେ ଅଧ ଘଣ୍ଟାର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି । ଦିନକୁ ଦିନ ଯୋଗ ଅଧିକରୁ ଅଧିକ ଦେଶ ଆପଣାଉଛନ୍ତି । ମିଆଁମାର, ସାଉଦି ଆଉବ ଓ ଅନ୍ୟାନ୍ୟ ଦେଶରେ ଗ୍ରହଣୀୟତା ବଢିଛି । ଭାରତୀୟ ଉତ୍ପାଦ କଫି ର ମଧ୍ୟ ବିଶ୍ୱ ଦରବାରରେ ଚାହିଦା ବଢିଛି । ପ୍ରାଚୀନ ଭାଷା ସଂସ୍କୃତର ଗୁରୁତ୍ୱ ବଖାଣିଲେ ପ୍ରଧାନମନ୍ତ୍ରୀ । ସେପଟେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଚାଲିଛି । ନିର୍ବାଚିତ ସମସ୍ତ ବିଜେପି ସାଂସଦ ଓ ବିଧାୟକ ଉପସ୍ଥିତ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି । ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ ଶୁଣିଲେ ସମସ୍ତ ନେତୃବୃନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ