Masthead

ବେଆଇନ ଜମି ପାଇଁ ବଢୁଛି ଗୋଷ୍ଠୀ ବିବାଦ, ପ୍ରଶାସନ ନେଉନି କାର୍ଯ୍ୟାନୁଷ୍ଠାନ

ଏରସମା (ବଡ଼ ଖବର ବ୍ୟୁରୋ): ଜଙ୍ଗଲ କିସମ ଜାଗା । ଯାହା ସରକାରୀ ଖତିୟାନରେ ଜଙ୍ଗଲ ଝାଡ଼ କିସମ ବୋଲି ଦରଜ ହୋଇଛି । ତାକୁ ନେଇ ଗୋଷ୍ଠୀ ବିବାଦ ବଢୁଛି । ସାରା ରାଜ୍ୟରେ ବାଲି ମାଫିଆ, ଜମି ମାଫିଆ, ମାଛ ମାଫିଆ, ଦଲାଲ ରାଜର ଅବସାନ ହେଇ ପାରୁ ନଥିବା ବେଳେ ଏବେ ବେଆଇନ୍ ଜବରଦଖଲ କରି ସରକାରୀ ଜମି ଦଲାଲ ପ୍ରଭାବରେ ଫଶି ରହିଛନ୍ତି ସାଧାରଣ ଭୂମିହୀନ ପରିବାର । ମିଥ୍ୟା କବଲା ବଳରେ ସରକାରୀ ଝାଡ ଜଙ୍ଗଲ କିସମ ଜାଗାକୁ ବିକି ଲକ୍ଷାଧିକ ଟଙ୍କା ମୁନାଫା କମେଇ ଥିବା ଲୋକ ଯୋଗୁ ଭୂମି ହୀନ ଲୋକଙ୍କ ମଧ୍ୟରେ ଜନଆକ୍ରୋଶ ବଢିବା ଛଡା ଥମିବାର ନାଁ ଧରୁନି ।

ଏମିତି ଏକ ଅଭିଯୋଗ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ୍ ଅଧିନ କୁସୁପୁର ପଞ୍ଚାୟତର ୧୫ ନମ୍ବର ୱାର୍ଡର ଅମରାପାଟ ଗାଁରେ । ଯେଉଁଠି ବାସ କରୁଥିବା ବାସିନ୍ଦା ସମ୍ପୂର୍ଣ୍ଣ ମିଥ୍ୟା କବଲା ବଳରେ ବେଆଇନ ଭାବେ ଅଟ୍ଟାଳିକା କରି ରହୁଛନ୍ତି । କିନ୍ତୁ ନିଦାବିଷ୍ଣୁ ପାଲଟିଛି ସ୍ଥାନୀୟ ପ୍ରଶାସନ । କେନ୍ଦ୍ର ଓ ରାଜ୍ୟ ସରକାର ରାଜସ୍ଵ ବାବଦରେ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି । ପ୍ରାଶାସନିକ ଅଧିକାରୀମାନଙ୍କ ବେପରୁଆ ମନୋଭାବ ପାଇଁ କୌଣସି ମାମଲାର ସଠିକ୍ ଅନୁଧ୍ୟାନ ହେଇପାରୁନି କି ରକ୍ଷଣାବେକ୍ଷଣ ହଉନି । ଫଳରେ ବେଆଇନ୍ ଜବର ଦଖଲକୁ ନେଇ ତେଜୁଛି ବିବାଦ ।

ଏକଥା ଆମେ କହୁନୁ ଯାହା ଘଟି ଯାଇଥିବା ଘଟଣାର ଆଲୋଚ୍ୟ ପ୍ରସଙ୍ଗ ହେଉଛି । ତଥାପି ପ୍ରଶାସନର ଚେତା ପଶୁନି । ଅବଗତ ପରେ ସମସ୍ୟାକୁ ଚାପି ଦେବାର ମସୁଧା କରାଯାଉଥିବା ସ୍ପଷ୍ଟ ଅନୁମେୟ ହେଉଛି । ଖବର ସୂତ୍ରରୁ ପ୍ରକାଶ ଯେ, କୁସୁପୁର ଅମରାପାଟ ଗାଁର ଭବେସ ସେନ ଭୂମିହୀନ ଲୋକ ହୋଇଥିବାରୁ ବାରଦ୍ଵାର ହୋଇ ଦଲାଲ କବଳରେ କବଳିତ ହୋଇ ଦୁଇ ଏକରରୁ ଉର୍ଦ୍ଧ ଜାଗା କିଣି ବସବାସ କରି ଆସୁଥିଲେ । ବର୍ତ୍ତମାନ୍ ସେହି ଜାଗାକୁ ନେଇ ଆଇନଶୃଙ୍ଖଳା ପରିବେଶ ସୃଷ୍ଟି ହୋଇଛି । କାରଣ ଉକ୍ତ ଅଞ୍ଚଳ ଜଙ୍ଗଲ କିସମ ତଥାପି ୩୦ରୁ ଉର୍ଦ୍ଧ ପରିବାର ଘର କରି ରହିଛନ୍ତି ।

ଯେଉଁଠି ଅନେକ୍ ଲୋକ ରହୁଛନ୍ତି ସେଠି ଭବେସ୍ ସେନ ନିଜ କବଲା ବଲରେ ଘର ଆରମ୍ଭ କରିବା ବେଳେ ତାଙ୍କୁ କିଛି ମନ୍ଦ ବୁଦ୍ଧିର ଲୋକ ଧମକ ଦେବାରୁ ସେ ଦୁଇ ଗୁଣ୍ଠ ଜାଗା ଠାକୁର ଙ୍କ ପାଇଁ ଦାନ କରିଥିଲା । ଏବେ ସେହି ଘର କରିବାକୁ ନେଇ ପୁଣି ସେହି ନିଦ୍ଧିଷ୍ଟ ଲୋକ ତାଙ୍କୁ ମାରି ଦେବାକୁ ଧମକ ଦେଇ ତାର ବଞ୍ଚିବାର ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି । ଘର କରଣ ଉପକରଣକୁ ନଷ୍ଟଭ୍ରଷ୍ଟ କରି ଦେଉଥିବା ଯୋଗୁ ସେ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି