ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ

ସାହାରପଡା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକର ମଲାରପଦା ପଞ୍ଚାୟତ ମଲାରପଦା ମହାନ୍ତ ସାହି ଠାରୁ କଣ୍ଡାରାବେଡା ପର୍ଯ୍ୟନ୍ତ କେନାଲ ନାଁରେ ମନରେଗା ଯୋଜନାରେ ମିଛ ବିଲରେ ୬ ଲକ୍ଷ ୪ ହଜାର ୧୫୩ ଟଙ୍କା ୪୯ ପଇସା ସରକାରୀ ଟଙ୍କାକୁ ଚଳୁ ହୋଇଥିବା ବଡ଼ ଖବର ରେ ପ୍ରସାରିତ ହୋଇଥିଲା । ଖବର ପ୍ରସାରିତ ହେବା ପରେ କେନ୍ଦୁଝର ଲୋକପାଳ ବୃଷବ ଚନ୍ଦ୍ର ନାୟକ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ସାହାରପଡା ବ୍ଲକର ସହକାରୀ ଯନ୍ତ୍ରୀ ଇଂ ଲୋକନାଥ ନାଏକ, ପଂଚାୟତ ଦାୟିତ୍ଵରେ ଥିବା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକ, ଜିଆରଏସ୍ ନିହାର ରଞ୍ଜନ ରାଜ୍ ମନରେଗା ଲୋକପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଉକ୍ତ କାମର କେସ ରେକର୍ଡ, ଏମ୍ ବି ବ୍ୟୁକ୍, ଡିମାଣ୍ଡ ଫର୍ମ, ମଷ୍ଟରରୋଲ ଏବଂ ଅନ୍ୟ ସମସ୍ତ କାଗତପତ୍ର ଦେବାକୁ ଲୋକପାଳ ନିର୍ଦ୍ଦେଶ ଦେଇଥିଲେ । କାମର କେସ ରେକର୍ଡ,ଏମ୍ ବି ବ୍ୟୁକ୍, ଡିମାଣ୍ଡ ଫର୍ମ, ମଷ୍ଟରରୋଲ ଏବଂ ଅନ୍ୟ ସମସ୍ତ କାଗତପତ୍ର ଦେବାକୁ ଲୋକପାଳ ନିର୍ଦ୍ଦେଶ ଦେଇଥିଲେ । ବିନା ସୂଚନା ଫଳକରେ କାମ କରାଯାଇଛି ।

ମନରେଗାରେ ୧ବର୍ଷ ମଧ୍ୟରେ କାମ ଶେଷ କରିବାର ନିୟମ ଥିଲେ ମଧ୍ୟ ଏହା ବର୍ଷ ବର୍ଷ ଧରି କାମ ଚାଲିଛି। ଉପରେ କୌଣସି ବନ୍ଧ ଓ ନାଳ ନ ଥାଇ କେନାଲ କାମ କାହା ସ୍ୱାର୍ଥରେ କରାଯାଇଛି ବୋଲି ଗ୍ରାମବାସୀ ‘ବଡ଼ ଖବର’କୁ ଦୃଢ଼ତା ସହ କହିଥିଲେ। ଉପରେ କୌଣସି ଜଳଭଣ୍ଡାର ନ ଥିବାବେଳେ ପାଣି କେଉଁଠାରୁ ଆସିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ। ସରକାରୀ ଅର୍ଥ ତୋଷାରପାତ୍ର ଉଦ୍ଦେଶ୍ୟରେ ଏପରି ପ୍ରକଳ୍ପ କରାଯାଇଛି। ଏହାର ତଦନ୍ତ ଆରମ୍ଭ ହୋଇଛି କରିଛନ୍ତି ଲୋକପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’