Masthead

ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ

ସାହାରପଡା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକର ମଲାରପଦା ପଞ୍ଚାୟତ ମଲାରପଦା ମହାନ୍ତ ସାହି ଠାରୁ କଣ୍ଡାରାବେଡା ପର୍ଯ୍ୟନ୍ତ କେନାଲ ନାଁରେ ମନରେଗା ଯୋଜନାରେ ମିଛ ବିଲରେ ୬ ଲକ୍ଷ ୪ ହଜାର ୧୫୩ ଟଙ୍କା ୪୯ ପଇସା ସରକାରୀ ଟଙ୍କାକୁ ଚଳୁ ହୋଇଥିବା ବଡ଼ ଖବର ରେ ପ୍ରସାରିତ ହୋଇଥିଲା । ଖବର ପ୍ରସାରିତ ହେବା ପରେ କେନ୍ଦୁଝର ଲୋକପାଳ ବୃଷବ ଚନ୍ଦ୍ର ନାୟକ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ସାହାରପଡା ବ୍ଲକର ସହକାରୀ ଯନ୍ତ୍ରୀ ଇଂ ଲୋକନାଥ ନାଏକ, ପଂଚାୟତ ଦାୟିତ୍ଵରେ ଥିବା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକ, ଜିଆରଏସ୍ ନିହାର ରଞ୍ଜନ ରାଜ୍ ମନରେଗା ଲୋକପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଉକ୍ତ କାମର କେସ ରେକର୍ଡ, ଏମ୍ ବି ବ୍ୟୁକ୍, ଡିମାଣ୍ଡ ଫର୍ମ, ମଷ୍ଟରରୋଲ ଏବଂ ଅନ୍ୟ ସମସ୍ତ କାଗତପତ୍ର ଦେବାକୁ ଲୋକପାଳ ନିର୍ଦ୍ଦେଶ ଦେଇଥିଲେ । କାମର କେସ ରେକର୍ଡ,ଏମ୍ ବି ବ୍ୟୁକ୍, ଡିମାଣ୍ଡ ଫର୍ମ, ମଷ୍ଟରରୋଲ ଏବଂ ଅନ୍ୟ ସମସ୍ତ କାଗତପତ୍ର ଦେବାକୁ ଲୋକପାଳ ନିର୍ଦ୍ଦେଶ ଦେଇଥିଲେ । ବିନା ସୂଚନା ଫଳକରେ କାମ କରାଯାଇଛି ।

ମନରେଗାରେ ୧ବର୍ଷ ମଧ୍ୟରେ କାମ ଶେଷ କରିବାର ନିୟମ ଥିଲେ ମଧ୍ୟ ଏହା ବର୍ଷ ବର୍ଷ ଧରି କାମ ଚାଲିଛି। ଉପରେ କୌଣସି ବନ୍ଧ ଓ ନାଳ ନ ଥାଇ କେନାଲ କାମ କାହା ସ୍ୱାର୍ଥରେ କରାଯାଇଛି ବୋଲି ଗ୍ରାମବାସୀ ‘ବଡ଼ ଖବର’କୁ ଦୃଢ଼ତା ସହ କହିଥିଲେ। ଉପରେ କୌଣସି ଜଳଭଣ୍ଡାର ନ ଥିବାବେଳେ ପାଣି କେଉଁଠାରୁ ଆସିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ। ସରକାରୀ ଅର୍ଥ ତୋଷାରପାତ୍ର ଉଦ୍ଦେଶ୍ୟରେ ଏପରି ପ୍ରକଳ୍ପ କରାଯାଇଛି। ଏହାର ତଦନ୍ତ ଆରମ୍ଭ ହୋଇଛି କରିଛନ୍ତି ଲୋକପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼