Masthead

ବେଆଇନ ବାଲିଘାଟ ବନ୍ଦ କରିବା ପାଇଁ ମେଳି ବାନ୍ଧିଲେ ୪ ପଞ୍ଚାୟତ ବାସୀ।

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର କୋରୁଅ ପଞ୍ଚାୟତ ଦେଇ ଦେବି ନଦୀ ପ୍ରବାହିତ ହେଇଛି। କିନ୍ତୁ ଦୁଃଖର ବିଷୟ ଏହି ପଞ୍ଚାୟତକୁ ଲାଗି କାକଟପୁର ବ୍ଲକର ତିନିଗୋଟି ପଞ୍ଚାୟତ ଲାଗିରହିଛି। କିନ୍ତୁ କାକଟପୁର ତହସିଲ୍ ପକ୍ଷରୁ ପତ୍ର ସଂଖ୍ୟା ୪୨୪୮ ତାରିଖ ୧୬.୧୦.୨୦୧୮ ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୈନିକ ବ୍ୟକ୍ତି ଲିଜ୍ ସୂତ୍ରରେ ଏହି ବାଲିଘାଟଟିକୁ ଲିଜ୍ ସୂତ୍ରରେ ପାଇଥିଲେ।

କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ବାଲିଘାଟଟିରୁ ବାଲି ଉତ୍ତୋଳନ ପାଇଁ ମଞ୍ଜୁରୀ ମିଳି ନଥିବା ବେଳେ ହଠାତ କିଛି ବାଲି ମାଫିଆ ଏଠିକାର ଜନସାଧାରଣମାନଙ୍କୁ ଭୟଭୀତ କରାଇ ବାଲି ଚୋରା ଚାଲାଣ କରୁଛନ୍ତି। ଯାହା ଫଳରେ ଏଠିକାର ଚାରିଗୋଟି ପଞ୍ଚାୟତ ସମ୍ପୂର୍ଣ୍ଣ ଭାବରେ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏହି ବେଆଇନ ବାଲିଘାଟ ଟିକୁ ବନ୍ଦ କରିବା ପାଇଁ ଚାରିଗୋଟି ପଞ୍ଚାୟତବାସୀ ଏକତ୍ରୀତ ହୋଇ ପ୍ରଶାସନ ନିକଟରେ ନିଜର ଦାବି ଜଣାଇଛନ୍ତି । ଯଦି ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା