Masthead

ଭାରତରେ ପହଞ୍ଚିଲେ ରୋହିତ ବାହିନୀ, ହେବ ଗ୍ରାଣ୍ଡ ସେଲିବ୍ରେସନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଫେରିଲା ଟିମ୍ ଇଣ୍ଡିଆ। ଦିଲ୍ଲୀ ବିମାନ ବନ୍ଦରରେ ଆଜି ସକାଳେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ବିଶ୍ୱ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ବିମାନବନ୍ଦର ନିକଟରେ ଜମିଛି ଭିଡ଼। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଛନ୍ତି। ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଆସି ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ବାର୍ବୋଡସର ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଟିମର ଖେଳାଳି, ସପପୋର୍ଟ ଟିମ୍ ଏବଂ ସାମ୍ବାଦିକମାନଙ୍କୁ ନେଇ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ସକାଳେ ଦିଲ୍ଲୀ ବିମାନବନ୍ଦରରେ ବିମାନ ଲ୍ୟାଣ୍ଡ କରିଛି।

ବିଶ୍ୱ ବିଜୟୀ ଦଳର ଖେଳାଳିମାନେ ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସାରି ସେଠାରୁ ଚାଟାର୍ଡ ବିମାନ ଯୋଗେ ମୁମ୍ବାଇ ଯିବେ। ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ। ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ୟ୍ୟକ୍ରମ ରହିଛି। ସେଠାରେ ଭବ୍ୟ ସ୍ୱାଗତ ପରେ ଅଧିନାୟକ ରୋହିତ ଶର୍ମା ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ବିଶ୍ୱକପ୍ ହସ୍ତାନ୍ତର କରିବେ। ସେଠାରେ ସମସ୍ତ କାର୍ୟ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ