Masthead

କୋଭିଡରେ ହରାଇଛନ୍ତି କି ପ୍ରିୟଜନଙ୍କୁ: ‘ବଡ଼ ଖବର’କୁ ପଠାନ୍ତୁ ତଥ୍ୟ ପ୍ରମାଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଅନେକ ଲୋକ ମହାମାରୀ କରୋନାର ପ୍ରକୋପରେ ନିଜର ପ୍ରିୟଜନ ଏବଂ ଆତ୍ମୀୟଙ୍କୁ ହରାଉଛନ୍ତି । ଏ ମହାମାରୀ ଏଭଳି ଦୁଃଖ ଦେବ କିଏ କେବେ ହେଲେ ଭାବି ନଥିଲା । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ କୋଭିଡରେ ମୃତ୍ୟୁ ବରଣ କରୁଛନ୍ତି କିନ୍ତୁ ବିଡମ୍ବନାର ବିଷୟ ଏହା ଯେ, ଆମ ରାଜ୍ୟ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟାରେ ବଡ଼ ଧରଣର ହେରଫେର୍ ହେଉଥିବା ଦେଖିବାକୁ ମିଳୁଛି । ଅନେକ ଲୋକ କୋଭିଡରେ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ସରକାର ତାଙ୍କୁ ଅଣ-କୋଭିଡରେ ମୃତ୍ୟୁବରଣ କରୁଛନ୍ତି ବୋଲି କହୁଛନ୍ତି । ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଆଗାମୀ ୬ ସପ୍ତାହ ମଧ୍ୟରେ ସମସ୍ତ କୋଭିଡ ମୃତକଙ୍କ ପରିବାରୁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ସ୍ଥିର କରିଛି । ତେଣୁ ଏହି ଓଡ଼ିଶାରେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ଲୋକ ଯେପରି ଏହି କେନ୍ଦ୍ରୀୟ ସହାୟତାରୁ ବଂଚିତ ନ ହୁଅନ୍ତି, ସେମାନଙ୍କ ପାଇଁ ଆଗକୁ ଆସିଛି ଲୋକଙ୍କ ଚ୍ୟାନେଲ ବଡ଼ ଖବର ।

ଆପଣଙ୍କର କେହି ଆତ୍ମୀୟ ସ୍ୱଜନ ଯଦି କୋଭିଡରେ ମୃତ୍ୟୁ ବରଣ କରିଥାନ୍ତି, ଏବଂ ରାଜ୍ୟ ସରକାର ତାଙ୍କୁ ଅଣ-କୋଭିଡ ଆଖ୍ୟା ଦିଅନ୍ତି ତେବେ ଉପଯୁକ୍ତ ତଥ୍ୟ ପ୍ରମାଣ ସହ ଆମ ପାଖକୁ ପଠାନ୍ତୁ । ଯଦି ତାହା ଉପଯୁକ୍ତ ଥାଏ, ତେବେ ବଡ଼ ଖବର ଆପଣଙ୍କ ତଥ୍ୟ ପ୍ରମାଣକୁ ନେଇ କୋର୍ଟ ଯିବ । ଯେ କୌଣସି କୋଭିଡ ମୃତକଙ୍କ ପରିବାର କେନ୍ଦ୍ରୀୟ ସହାୟତାରୁ ବଂଚିତ ନ ହୁଅନ୍ତି ତାହା ହେଉଛି ବଡ଼ ଖବରର ଲକ୍ଷ୍ୟ । ଆପଣଙ୍କ ତଥ୍ୟ ଓ ପ୍ରମାଣ ଆମକୁ ହ୍ୱାଟ୍ସଆପ ନମ୍ବର ୯୯୩୮୯୦୦୫୬୯ ମାଧ୍ୟମରେ ପଠାନ୍ତୁ । ଲୋକଙ୍କ ଚ୍ୟାନେଲ ହିସାବରେ ଆପଣଙ୍କ ପାଇଁ ବଡ଼ ଖବର କୋର୍ଟରେ ପହଂଚିବ ଏବଂ ଆପଣଙ୍କୁ କ୍ଷତିପୂଣଣ ନ ମିଳିବା ପର୍ଯ୍ୟନ୍ତ ବଡ଼ ଖବର ଲଢେଇ ଜାରି ରଖିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି