Masthead

ଡୁପ୍ଲିକେଟ ଚାବିରେ ନଖୋଲିଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ: ଜଷ୍ଟିସ ବିଶ୍ବନାଥ ରଥ

ପୁରୀ (ବଡ଼ ଖବର ବ୍ୟୁରୋ): ଡୁପ୍ଲିକେଟ ଚାବିରେ ନଖୋଲିଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା । ୯ ତାରିଖରେ ମୁଖ୍ୟ ପ୍ରଶାସକ ଡୁପ୍ଲିକେଟ ଚାବି ଉପସ୍ଥାପନ କରିବେ । ବହୁ ଦଶନ୍ଧି ହେଲାଣି, ଉକ୍ତ ତାଲା ଖୋଲା ଯାଇନାହିଁ ଜଷ୍ଟିସ ରଥ । ଯଦି ଉକ୍ତ ଚାବିରେ ନଖୋଲେ ତେବେ ତାଲା ଭଙ୍ଗା ଯିବ । ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ କହିଲେ ଜଷ୍ଟିସ ରଥ । ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ । ପ୍ରସ୍ତୁତ ଏସ୍‌ଓପି ସରକାରଙ୍କ ଠାରେ ଉପସ୍ଥାପନ କରାଯିବବୋଲି କହିଛନ୍ତି ଜଷ୍ଟିସ ରଥ । ସେପଟେ ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ ପରିଚାଳନା କମିଟି ନିଷ୍ପତ୍ତି ନେବ । ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା ।

ନୀତିକାନ୍ତି ପ୍ରଥମ, ଶ୍ରଦ୍ଧାଳୁଙ୍କ ଦର୍ଶନ ଦ୍ବିତୀୟ, ଏହାକୁ ଗୁରୁତ୍ବ ଦିଆଯିବ ଗଣତି, ମଣତି କିଭଳି କରାଯିବ, ସେନେଇ ଅଲଗା କମିଟି କରାଯିବ । ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ୍‌ କମିଟି ହେବ । ପୂର୍ବଥର ୭୦ ଦିନରୁ ଅଧିକ ଲାଗିଥିଲା, ଏଥର ଶୀଘ୍ର ସରିବା ଆଶା ।ଉନ୍ନତ ଟେକ୍ନୋଲୋଜି ଥିବାରୁ ଶୀଘ୍ର ଗଣତି କାମ ସରିବା ଆଶା- ଅଧ୍ୟକ୍ଷ । ଗଣତି, ମଣତିରେ କିଏ ରହିବେ ଆମେ କେବଳ ପରାମର୍ଶ ଦେବୁ- ଅଧ୍ୟକ୍ଷ । ମହାପ୍ରଭୁ ମନ୍ଦିର ଲେଉଟିବା ପୂର୍ବରୁ ଗହଣା ସିଫ୍ଟ ହେବ ବୋଲି ଆଶା । ଗହଣା ସିଫ୍ଟ ହୋଇ ଭଣ୍ଡାର ମରାମତି ଆରମ୍ଭ ହେବ ବୋଲି ଆଶା କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼