Masthead

ମାଖେନା ମାତିଲା ଭାଙ୍ଗିଲା ନନ୍ଦନକାନନ ପାଚେରୀ ।

ବାରଙ୍ଗ,  (ବଡ଼ ଖବର ବ୍ୟୁରୋ):

ଗତ କିଛି ଦିନର ନିରବତା ପରେ ସକ୍ରିୟ ହୋଇଛି ଜଙ୍ଗଲୀ ହାତୀ ମାଖେନା।ବିଭିର୍ଣ୍ଣ ସ୍ଥାନରେ ମାଖେନା ଆତଙ୍କ ରଚାଇ ଲୋକଙ୍କୁ ଭୟଭୀତ କରାଉଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଚନ୍ଦକା – ଡମପଡା ଅଭୟାରଣ୍ୟରୁ ଚାଲି ଆସିଥିଲା ନନ୍ଦନକାନନ ପ୍ରାଣୀଉଦ୍ୟ।ନ ପରିସରକୁ।ବାରଙ୍ଗ-ଚନ୍ଦକା ମୁଖ୍ୟ ରାସ୍ଥାକୁ ଲାଗିକରି ଥିବା ନନ୍ଦନକାନନ ମୁଖ୍ୟ ପାଚେରୀକୁ ପ୍ରଥମେ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା।ନନ୍ଦନକାନନ ପ୍ରାଣୀଉଦ୍ୟ।ନର ହାତିଶାଳରେ ରହୁଥିବା ଅନ୍ୟ ହାତୀ ମାନଙ୍କୁ ଆକ୍ରମଣ କରିବା ପୂର୍ବରୁ ନନ୍ଦନକାନନ ପ୍ରାଣୀଉଦ୍ୟନ।ରେ ପେଟ୍ରୋଲିଂ କରୁଥିବା କର୍ମଚାରୀ ମାନେ ହାତୀଟିକୁ ଘଉଡ଼ାଇ ଦେଇଥିଲେ। ପରେ ହାତୀଟି ଆସିଥିବା ସ୍ଥାନ ଦେଇ ଚନ୍ଦକା ଜଙ୍ଗଲକୁ ଚାଲିଯାଇଥିଲା।ସେପଟେ ନନ୍ଦନକାନନ ପ୍ରାଣୀଉଦ୍ୟ।ନରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କେବଳ ୮ ରୁ ୧୦ ଫୁଟର ପାଚେରୀ ଭାଙ୍ଗି ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ,ପ୍ରତ୍ୟେକ ବର୍ଷ ଶୀତ ଋତୁର ଆଗମନରେ ମାଖେନା ନନ୍ଦନକାନନ ପ୍ରାଣୀଉଦ୍ୟ।ନ ଓ ରାଜ୍ୟ ଉଦ୍ଭିଦଉଦ୍ୟ।ନ ପରିସରକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥାଏ।ତେବେ ଗତକାଲି ମାଖେନା ଭାଙ୍ଗିଥିବା ପାଚେରୀ ମଧ୍ୟଦେଇ କୌଣସି ଜୀବଜନ୍ତୁ ବାହାରକୁ ନଯିବା ପାଇଁ ତାରଜାଲି ଲଗାଯାଇ ବନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି