ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ରେଙ୍ଗାଲି ଅବକାରୀ ବିଭାଗକୁ ବଡ ସଫଳତା । ଚଢାଉ ସମୟରେ ଅବକାରୀ ବିଭାଗ ହାତରେ ଲାଗିଲା ବିପୁଳ ପରିମାଣର ଗଞ୍ଜେଇ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ୟ୍ୟାଳୟ ପାଖ ଝୁରୀପଡା ଛକରେ ଦୈନନ୍ଦିନ ନାକାବନ୍ଦୀ କରୁଥିବା ସମୟରେ ଏକ ଧଳା ରଙ୍ଗର ମାରୁତି କାରକୁ ଅଟକାଇ ଜାଞ୍ଚ କରୁଥିବା ବେଳେ ଗାଡି ଭିତରୁ ଗଞ୍ଜେଇ ବାହାରିଥିଲା । ଗାଡି ଭିତରୁ ଉତ୍ତରପ୍ରଦେଶର ଭାଡୋହି ଜିଲ୍ଲା ଦେବନାଥପୁର ଗ୍ରାମର ଅମନ ପାଣ୍ଡେ ଙ୍କୁ ଗିରଫକରି କୋର୍ଟଚାଲାଣ କରାଜାଇଛି । ତାଙ୍କ ପାଖରୁ ଏକ ସ୍ମାର୍ଟ ଫୋନ ସହ ୭୬କେ ଜି ଗଞ୍ଜେଇ ସହ ମାରୁତି ଗାଡି ଜବତ ହୋଇଛି ।