Masthead

ପୋଲିସର ସାଧୁତାଙ୍କୁ ନେଇ ଉଠିଲା ପ୍ରଶ୍ନ

ବଅଁରପାଳ (ବଡ଼ ଖବର ବ୍ୟୁରୋ): ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଲ ପାଟଣା ଗାଁ ଗୋଡିସାହିରେ ନକଲି ମଦ ତିଆରି କାରଖାନା ଠାବ କରିଛି ଅନୁଗୁଳ ଜିଲ୍ଲା ପୋଲିସ । ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଧିକାରୀ ଡି.କେ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା । ଚଢଉ ବେଳେ ନକଲି ମଦ ତିଆରି କାରଖାନରୁ ବିପୁଳ ନକଲି ମଦ ସହ ମଦତିଆରି ସରଞ୍ଜାମ ଜବତ ହୋଇଛି ।

ଦୀର୍ଘଦିନ ଧରି ଏହି କାରଖାନାରେ ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁଦତ ହୋଇ ଜିଲ୍ଲା ଓ ଜିଲ୍ଲା ବାହାକୁ ଚାଲାଣ ହେଉଥିଲା । ଏହି ନକଲି କାରଖାନାରୁ ୭ ଶହ ନକଲି ମଦବୋତଲ, ବ୍ରାଣ୍ଡ ଷ୍ଟିକର୍,ସ୍ପିରିଟ୍, ଡ୍ରମ୍ ପ୍ରଭୃତି ଜବତ ହୋଇଛି । ବେଆଇନ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ ଗିରଫ ବ୍ୟକ୍ତିମାନଙ୍କୁ ବଅଁରପାଳ ଥାନାରେ ଜିମା ଦେିଆଯାଇଥିଲା । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନ୍ୟପଟେ ମହୀଧରପୁର ଫାଣ୍ଡିଠାରୁ ୨ କିମି ଦୂରରେ ଦୀର୍ଘଦିନ ଧରି ଏହି କାରବାର ଚାଲିଥିବା ବେଳେ ପୋଲିସ ପାଖରେ ଖବର ନଥିବା ସନ୍ଦେହ ସୃଷ୍ଟି କରୁଛି । ପୋଲିସର ନାକତଳେ ଚୋରା କାରବାର ହେଉଥିବା ସତ୍ତେ୍ୱ ପୋଲିସ ଏତେଦିନ ଧରି କ’ଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ମହୀଧରପୁର ପୋଲିସ ଫାଣ୍ଡିର ସାଧୁତା ଉପରେ ଏବେ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା