Masthead

ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସର ଅଣ୍ଡା ମାଡ଼

ରାଜନଗର (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ଏଥିସହ ତାଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ଏହା ପୂର୍ବରୁ ଗତ ୫ ତାରିଖରେ ଦଳ ପକ୍ଷରୁ ରାଜନଗରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହେଲେ ବିଧାୟକଙ୍କ ଇଙ୍ଗିତରେ କିଛି ଲୋକ ସମ୍ପୃକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ଏପରିକି ଆଇନକୁ ମଧ୍ୟ ହାତକୁ ନେବାକୁ ଚେଷ୍ଟା କରିଥିଲେ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି।

ରାଜନଗରରେ ଧ୍ରୁବ ଯେଉଁ ଗୁଣ୍ଡାଗିରି କରିଛନ୍ତି ତାର ଜବାବ ଭୁବନେଶ୍ୱରରେ ଦିଆଯିବ ବୋଲି କହିଛି କଂଗ୍ରେସ। ଏପରିକି ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ତାଙ୍କୁ ବିଧାନସଭାରେ ପଶିବାକୁ ଦିଆଯିବ ନାହିଁ । ସମସ୍ତ ସ୍ଥାନରେ ତାଙ୍କୁ ଜୋରଦାର ବିରୋଧ କରାଯିବା ସହ କାଳିମାଡ କରିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ । ଭିତରକନିକା ଜଙ୍ଗଲ ଜମିରେ ଗଢି ଉଠିଥିବା ଏକ ନିର୍ଦ୍ଦିଷ୍ଟ ହୋଟେଲରେ ଧ୍ରୁବଙ୍କ ପୃଷ୍ଠପୋଷକତା ରହିଥିବା ଅଭିଯୋଗ ଆଣି ପୂର୍ବରୁ ରାଜନଗରରେ ବିକ୍ଷୋଭ କରିଥିଲା ଛାତ୍ର କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା