Masthead

ଶ୍ରୀକ୍ଷେତ୍ରରେ ସରିଲା ହେରାପଞ୍ଚମୀ ନୀତି, ଆଜି ତିନି ରଥର ଦକ୍ଷିଣ ମୋଡ଼

ପୁରୀ (ବଡ଼ ଖବର ବ୍ୟୁରୋ): ସରିଲା ହେରାପଞ୍ଚମୀ ନୀତି । ଗୁରୁବାର ବିଳମ୍ବିତ ରାତିରେ ସେବକ ଓ ଦାସୀଙ୍କ ଗହଣରେ ମହାଲକ୍ଷ୍ମୀ ଶରଧାବାଲିରେ ବିଜେ ହୋଇ ହେରାପଞ୍ଚମୀ ନୀତି ସମ୍ପନ୍ନ ହୋଇଛି । ରଥ ଯାତ୍ରାରେ ନବବିବାହିତା ଧର୍ମପତ୍ନୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ଭାଇ ଭଉଣୀଙ୍କୁ ସାଥିରେ ନେଇ ଜନ୍ମବେଦୀରେ ମହାପ୍ରଭୁ ଉଭା ହୋଇଥିବା ସ୍ଥଳେ କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି । ରଥରେ ଲାଗିଥିବା ହଂସପଟାର ଏକ ଅଂଶକୁ ମା’ଙ୍କ ପକ୍ଷରୁ ସେବକମାନେ ଭାଙ୍ଗିଥିଲେ । ଲୋକକଥାରେ ଏସବୁ ପ୍ରଚଳିତ । ଶ୍ରୀଗୁଣ୍ଡିଚା ଘରେ ବିଜେ ହୋଇ ଠାକୁରଙ୍କ ସମ୍ମୁଖରେ ପହଞ୍ଚି ମହାପ୍ରଭୁଙ୍କ ଆଜ୍ଞମାଳ ପାଇଥିଲେ । ପରେ ମା’ଲକ୍ଷ୍ମୀ ସାଆନ୍ତାଣି ହେରାଗୋହିରୀ ସାହି ହୋଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଏହି ବିଶେଷ ନୀତି ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚାଘର ସମଗ୍ର ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବଡ଼ଦେଉଳରେ ଭଣ୍ଡାର ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ସ୍ୱତନ୍ତ୍ର ମାଜଣା ଓ ବନକଲାଗି କରାଯାଇ ନୂତନ ପାଟବସ୍ତ୍ର ଓ ସ୍ୱର୍ଣ୍ଣଳଙ୍କାର ସୁଶୋଭିତ କରାଯାଇଥିଲା ।

ପରେ ସେବକ ଓ ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଗୁଣ୍ଡିଚାଘର ସମ୍ମୁଖରେ ପହଞ୍ଚିବାରେ ଠାକୁରାଣୀଙ୍କୁ ପ୍ରସାଦ ଲାଗି, ବନ୍ଦାପନା ଚାମର ଓ ଆଲଟ ସେବା ଅର୍ପଣ କରାଯାଇଥିଲା। ଘଷା, ବିଡ଼ିଆ ଓ ଦହିପଟି ମଣୋହି କରାଗଲା । ଇତି ମଧ୍ୟରେ ଆଡ଼ପ ମଣ୍ଡପରେ ସନ୍ଧ୍ୟାଧୂପ ନୀତି ବଢ଼ୁଥାଏ । ରଥ ନିକଟରୁ ମା’ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନର ଜୟବିଜୟ ଦ୍ୱାରଠାରେ ବିଜେ ହେଲେ । ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଲାଗି କରିଥିଲେ । ଏହାପରେ ବିଧି ମୁତାବକ ମହାପ୍ରଭୁଙ୍କ ଦ୍ୱାର ବନ୍ଦ ହୋଇଥିଲା । ନୀତି ସାରି ଠାକୁରାଣୀ ରାଗ ତମତମ ହୋଇ ଶ୍ରୀଗୁଣ୍ଡିଚା ଘର ନାକଚଣା ଦ୍ୱାର ଦେଇ ବାହାରିବା ଅବସରରେ ଠାକୁରାଣୀଙ୍କୁ ଦହିପଟି ମଣୋହି ଓ ବନ୍ଦାପନା କରାଯାଇଥିଲା । ଏହାପରେ ଠାକୁରାଣୀ ବଡ଼ଦେଉଳ ଅଭିମୁଖେ ବାହୁଡ଼ିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ