Masthead

ଶ୍ରୀକ୍ଷେତ୍ରରେ ସରିଲା ହେରାପଞ୍ଚମୀ ନୀତି, ଆଜି ତିନି ରଥର ଦକ୍ଷିଣ ମୋଡ଼

ପୁରୀ (ବଡ଼ ଖବର ବ୍ୟୁରୋ): ସରିଲା ହେରାପଞ୍ଚମୀ ନୀତି । ଗୁରୁବାର ବିଳମ୍ବିତ ରାତିରେ ସେବକ ଓ ଦାସୀଙ୍କ ଗହଣରେ ମହାଲକ୍ଷ୍ମୀ ଶରଧାବାଲିରେ ବିଜେ ହୋଇ ହେରାପଞ୍ଚମୀ ନୀତି ସମ୍ପନ୍ନ ହୋଇଛି । ରଥ ଯାତ୍ରାରେ ନବବିବାହିତା ଧର୍ମପତ୍ନୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ଭାଇ ଭଉଣୀଙ୍କୁ ସାଥିରେ ନେଇ ଜନ୍ମବେଦୀରେ ମହାପ୍ରଭୁ ଉଭା ହୋଇଥିବା ସ୍ଥଳେ କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି । ରଥରେ ଲାଗିଥିବା ହଂସପଟାର ଏକ ଅଂଶକୁ ମା’ଙ୍କ ପକ୍ଷରୁ ସେବକମାନେ ଭାଙ୍ଗିଥିଲେ । ଲୋକକଥାରେ ଏସବୁ ପ୍ରଚଳିତ । ଶ୍ରୀଗୁଣ୍ଡିଚା ଘରେ ବିଜେ ହୋଇ ଠାକୁରଙ୍କ ସମ୍ମୁଖରେ ପହଞ୍ଚି ମହାପ୍ରଭୁଙ୍କ ଆଜ୍ଞମାଳ ପାଇଥିଲେ । ପରେ ମା’ଲକ୍ଷ୍ମୀ ସାଆନ୍ତାଣି ହେରାଗୋହିରୀ ସାହି ହୋଇ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଏହି ବିଶେଷ ନୀତି ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚାଘର ସମଗ୍ର ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବଡ଼ଦେଉଳରେ ଭଣ୍ଡାର ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ସ୍ୱତନ୍ତ୍ର ମାଜଣା ଓ ବନକଲାଗି କରାଯାଇ ନୂତନ ପାଟବସ୍ତ୍ର ଓ ସ୍ୱର୍ଣ୍ଣଳଙ୍କାର ସୁଶୋଭିତ କରାଯାଇଥିଲା ।

ପରେ ସେବକ ଓ ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଗୁଣ୍ଡିଚାଘର ସମ୍ମୁଖରେ ପହଞ୍ଚିବାରେ ଠାକୁରାଣୀଙ୍କୁ ପ୍ରସାଦ ଲାଗି, ବନ୍ଦାପନା ଚାମର ଓ ଆଲଟ ସେବା ଅର୍ପଣ କରାଯାଇଥିଲା। ଘଷା, ବିଡ଼ିଆ ଓ ଦହିପଟି ମଣୋହି କରାଗଲା । ଇତି ମଧ୍ୟରେ ଆଡ଼ପ ମଣ୍ଡପରେ ସନ୍ଧ୍ୟାଧୂପ ନୀତି ବଢ଼ୁଥାଏ । ରଥ ନିକଟରୁ ମା’ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନର ଜୟବିଜୟ ଦ୍ୱାରଠାରେ ବିଜେ ହେଲେ । ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଲାଗି କରିଥିଲେ । ଏହାପରେ ବିଧି ମୁତାବକ ମହାପ୍ରଭୁଙ୍କ ଦ୍ୱାର ବନ୍ଦ ହୋଇଥିଲା । ନୀତି ସାରି ଠାକୁରାଣୀ ରାଗ ତମତମ ହୋଇ ଶ୍ରୀଗୁଣ୍ଡିଚା ଘର ନାକଚଣା ଦ୍ୱାର ଦେଇ ବାହାରିବା ଅବସରରେ ଠାକୁରାଣୀଙ୍କୁ ଦହିପଟି ମଣୋହି ଓ ବନ୍ଦାପନା କରାଯାଇଥିଲା । ଏହାପରେ ଠାକୁରାଣୀ ବଡ଼ଦେଉଳ ଅଭିମୁଖେ ବାହୁଡ଼ିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା