Masthead

ମନ୍ତେଇ ନଦୀବନ୍ଧ କାର୍ଯ୍ୟରେ ଦୁର୍ନୀତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଆଜକୁ ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ କଛପ ଗତିରେ ଚାଲିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବାଲିଆପାଳ ମନ୍ତେଇ ନଦୀର ପଥର ବିଛାଣ କାର୍ୟ୍ୟ । ଏବେବି ନଦୀ ଆଁରେ ଗାଁ ବାଲିଆପାଳ ଗାଁ ଅନେକ ଧିବର ପରିବାର ଏହି ନଦୀରେ ନିଜର ଘରବାଡ଼ି ଏବଂ ନିଜର ପିଲା ମାନଙ୍କୁ ଏହି ନଦୀ ଗର୍ଭରେ ହରେଇ ସାରିଥିଲେ ମଧ୍ୟ୍ୟ ଚାନ୍ଦବାଲି ଜଳ ସମ୍ପଦ ବିଭାଗର ନିଦ ଭାଙ୍ଗୁନି । ହେଲେ ରାଜ୍ୟ ସରକାରଙ୍କ ଚାନ୍ଦବାଲି ଜଳ ସମ୍ପଦ ବିଭାଗ ତରଫରୁ ବାଲିଆପାଳ ମନ୍ତେଇ ନଦୀର ସୁରକ୍ଷା ବନ୍ଧ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନଦୀବନ୍ଧ କାର୍ୟ୍ୟ ପାଇଁ ବ୍ୟୟ ବରାଦ ଥିବା ବେଳେ ଆଜକୁ ଦୀର୍ଘ ୨ବର୍ଷ ହେବ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । କାର୍ୟ୍ୟ ନିର୍ବାହୀଯନ୍ତ୍ରି କାର୍ୟ୍ୟ ତଦାରଖ କରିବାକୁ ଆସୁନଥିବା ବେଳେ ଉକ୍ତ ଠିକାଦାର ନିମ୍ନ ମାନର ପଥରରେ କାର୍ୟ୍ୟ କରୁଛନ୍ତି । ଆଜକୁ ଏକ ବର୍ଷହେବ କାର୍ୟ୍ୟ ବନ୍ଦ ଥିବାବେଳେ ହଠାତ ରାତି ଅଧିଆ ପଥର ବୋଝେଇ ଗାଡି ପହଞ୍ଚିଛି ।

ଚାରୋଟି ପଞ୍ଚାୟତ ବାସି ଯାତାୟତ କରୁଥିବା ନଦୀବନ୍ଧ ରାସ୍ତାକୁ ସମ୍ପୂର୍ଣ ନଷ୍ଟ କରି ଦେଇଛି । ଏନେଇ ଅଞ୍ଚଳ ବାସି ଅଭିଯୋଗ କଲେ ଠିକାଦାରଙ୍କ କର୍ମଚାରୀ ନାଲିଆଖି ଦେଖାଉଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ବିଷୟରେ ତଦନ୍ତ କରି ଉକ୍ତ ଠିକାଦାର ଉପରେ କାର୍ୟ୍ୟନୁଷ୍ଠାନ ନେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ