Masthead

ମନ୍ତେଇ ନଦୀବନ୍ଧ କାର୍ଯ୍ୟରେ ଦୁର୍ନୀତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଆଜକୁ ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ କଛପ ଗତିରେ ଚାଲିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବାଲିଆପାଳ ମନ୍ତେଇ ନଦୀର ପଥର ବିଛାଣ କାର୍ୟ୍ୟ । ଏବେବି ନଦୀ ଆଁରେ ଗାଁ ବାଲିଆପାଳ ଗାଁ ଅନେକ ଧିବର ପରିବାର ଏହି ନଦୀରେ ନିଜର ଘରବାଡ଼ି ଏବଂ ନିଜର ପିଲା ମାନଙ୍କୁ ଏହି ନଦୀ ଗର୍ଭରେ ହରେଇ ସାରିଥିଲେ ମଧ୍ୟ୍ୟ ଚାନ୍ଦବାଲି ଜଳ ସମ୍ପଦ ବିଭାଗର ନିଦ ଭାଙ୍ଗୁନି । ହେଲେ ରାଜ୍ୟ ସରକାରଙ୍କ ଚାନ୍ଦବାଲି ଜଳ ସମ୍ପଦ ବିଭାଗ ତରଫରୁ ବାଲିଆପାଳ ମନ୍ତେଇ ନଦୀର ସୁରକ୍ଷା ବନ୍ଧ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନଦୀବନ୍ଧ କାର୍ୟ୍ୟ ପାଇଁ ବ୍ୟୟ ବରାଦ ଥିବା ବେଳେ ଆଜକୁ ଦୀର୍ଘ ୨ବର୍ଷ ହେବ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । କାର୍ୟ୍ୟ ନିର୍ବାହୀଯନ୍ତ୍ରି କାର୍ୟ୍ୟ ତଦାରଖ କରିବାକୁ ଆସୁନଥିବା ବେଳେ ଉକ୍ତ ଠିକାଦାର ନିମ୍ନ ମାନର ପଥରରେ କାର୍ୟ୍ୟ କରୁଛନ୍ତି । ଆଜକୁ ଏକ ବର୍ଷହେବ କାର୍ୟ୍ୟ ବନ୍ଦ ଥିବାବେଳେ ହଠାତ ରାତି ଅଧିଆ ପଥର ବୋଝେଇ ଗାଡି ପହଞ୍ଚିଛି ।

ଚାରୋଟି ପଞ୍ଚାୟତ ବାସି ଯାତାୟତ କରୁଥିବା ନଦୀବନ୍ଧ ରାସ୍ତାକୁ ସମ୍ପୂର୍ଣ ନଷ୍ଟ କରି ଦେଇଛି । ଏନେଇ ଅଞ୍ଚଳ ବାସି ଅଭିଯୋଗ କଲେ ଠିକାଦାରଙ୍କ କର୍ମଚାରୀ ନାଲିଆଖି ଦେଖାଉଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ବିଷୟରେ ତଦନ୍ତ କରି ଉକ୍ତ ଠିକାଦାର ଉପରେ କାର୍ୟ୍ୟନୁଷ୍ଠାନ ନେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ