Masthead

ଓଡ଼ିଶାରେ ୨୫ ବର୍ଷ ଶାସନ ପାଇଁ ବିଜେପି ପ୍ରସ୍ତୁତ କରୁଛି ରୋଡମ୍ୟାପ: ଲତା ଉସେଣ୍ଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗାମୀ ୫ ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ହେବାକୁ ଥିବା ବେଳେ ଏହାପୂର୍ବରୁ ଏଭଳି କହିଛନ୍ତି ଓଡ଼ିଶା ବିଜେପିର ସହପ୍ରହାରୀ ଲତା ଉସେଣ୍ଡି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଏଭଳି କହିଛନ୍ତି ।

ଲତା ଉସେଣ୍ଡି କହିଛନ୍ତି, ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । ଜଗନ୍ନାଥ ଆମକୁ ଆଶୀର୍ବାଦ କରିଛନ୍ତି ଓଡ଼ିଶାରେ ସେବା କରିବା ପାଇଁ ।ତାଙ୍କ ସାନିଧ୍ୟ ପାଇ ସରକାରକୁ ଆସିଥିବାରୁ ଧନ୍ୟବାଦ୍ ଦେବା ପାଇଁ ଜଗନ୍ନାଥଙ୍କ ଭୂମି ପୁରୀରେ କାର୍ଯ୍ୟକାରିଣୀ ହେଉଛି ବୋଲି ସେ କହିଛନ୍ତି । କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର କର୍ତ୍ତବ୍ୟ ।

ଏହି କାର୍ଯ୍ୟକାରିଣୀ ତାର ମାଧ୍ୟମ ସାଜିବ । ଓଡ଼ିଶାବାସୀ ଯେମିତି ଚାହୁଁଛନ୍ତି ସେମିତି ବିକାଶ କରିବ ବିଜେପି ସରକାର । ଓଡ଼ିଶାବାସୀଙ୍କ ଅନୁଯାୟୀ ସରକାର ଚାଲିବ । ସରକାର ସହ ସଙ୍ଗଠନକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ବିଜେପିରେ ନିରନ୍ତର ଭାବରେ ସଙ୍ଗଠନ କାମ ଚାଲେ । ଯାହାକୁ ତୃଣମୂଳସ୍ତରରେ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଲତା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’