Masthead

ଭକ୍ତଶୂନ୍ୟ ଶିର୍ଲୋଦେବୀଙ୍କ ପୀଠ

କଟକ, (ବଡ଼ ଖବର ବ୍ୟୁରୋ): କଟକ ସଦର ଅନ୍ତର୍ଗତ ଶିର୍ଲୋ ଦେବୀଙ୍କ ପୀଠରେ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ଚାଲିଛି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଚଳିତବର୍ଷ ସରକାରଙ୍କ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ବହୁ କମ୍ ଭକ୍ତଙ୍କୁ ଏଠାରେ ଦେଖିବାକୁ ମିଳୁଛି। ୪୭୫ବର୍ଷ ଧରି ଭକ୍ତଙ୍କ ବିଶ୍ୱାସର ପ୍ରତୀକ ଶିର୍ଲୋ ଦେବୀଙ୍କ ଆଜି ସନ୍ଧିପୂଜା। ଅଷ୍ଟମୀ ଦିନର ପାହାନ୍ତାରୁ ସନ୍ଧି ପୂଜା (ବଳି ଓ ମହାସ୍ନାନ) କରାଯାଏ। ନବମୀ ଦିନକୁ ମଧ୍ୟ ସନ୍ଧିପୂଜା ଦିନ ଭାବେ ଗ୍ରହଣ କରାଯାଏ। ରବିବାର ନବମୀରେ ନିର୍ମାଲ୍ୟ ବିସର୍ଜନ କରାଯିବ। ୨୧ରେ ଷଷ୍ଠୀ ପୂଜା ଓ ୨୨ ସପ୍ତମୀରେ ବେଲଗଛ ବରଣ, ନବପତ୍ରିକା ପ୍ରବେଶ ଏବଂ ମା’ଙ୍କ ଚକ୍ଷୁଦାନ ଅନୁଷ୍ଠିତ ହୋଇଥିଲା। ୨୩ରେ ମହାଷ୍ଟମୀରେ ତାରିଣୀ ପୂଜା ଅନୁଷ୍ଠିତ ହୋଇଥିଲା। ଆସନ୍ତା ସୋମବାର ଦିନ ଦଶମୀରେ ମହାଦ୍ୱୀପ ଯାତ୍ରା ଓ ସେହିଦିନ ରାତ୍ରରେ ପୀଠରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତିକୁ ମହାନଦୀରେ ବିସର୍ଜନ କରାଯିବ। ପୂର୍ବରୁ ସନ୍ଧିପୂଜାରେ ଏଠାରେ ଶହ ଶହ ଛେଳିକୁ ବଳି ଦିଆଯାଉଥିବା ବେଳେ ଅଞ୍ଚଳ ରକ୍ତ ରଞ୍ଜିତ ହୋଇପଡ଼େ। ୨୦୦୨ରେ କୋର୍ଟ ଏହାକୁ ବନ୍ଦ କରିଦେଇଥିଲେ ବୋଲି ସହ ପୂଜକ ରଞ୍ଜନ କୁମାର ଚକ୍ରବର୍ତ୍ତୀ କହିଛନ୍ତି। ପଣାହାଣ୍ଡି ଭୋଗ ଏଠାରେ ପ୍ରସିଦ୍ଧ। ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଆସି ଏଠାରେ ପଣା ଭୋଗ କରିଥାନ୍ତି। ପଣା ଭୋଗ ପ୍ରସ୍ତୁତ କରୁଥିବା ବ୍ୟବସାୟୀ, ମୀନାବଜାରର ଦୋକାନୀମାନେ ଏ ବର୍ଷ ହତାଶ। ଡଙ୍ଗାର ନାଉରୀ ମୁଣ୍ଡରେ ହାତ ଦେଇ ବସିଛି। ମହାନଦୀ ବନ୍ଧ ପାର୍ଶ୍ଵରେ ମା’ଙ୍କ ମନ୍ଦିର। ନଦୀ ସେପଟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଡଙ୍ଗାରେ ମା’ଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି