Masthead

ଟଙ୍କା ପାଇଁ ଗାଁ ଦାଣ୍ଡରେ ବୋହୁକୁ ଉଲଗ୍ନ କରି ମାରିଲେ ମାଡ ।

 

ଆଠଗଡ଼/ନରସିଂହପୁର,    (ବଡ଼ ଖବର ବ୍ୟୁରୋ):  ଯୌତୁକ ପାଇଁ ରାକ୍ଷସ ପାଲଟିଲେ ଶାଶୁ  ଶ୍ୱଶୁର , ଜା , ଦେଢସୁର । ଘରୁ ବାଡେଇ ବାଡେଇ ରାସ୍ତାରେ ଉଲଗ୍ନ କରି  ଗାଁ କୋଠଘରେ ତାଲା ପକାଇଲେ ବୋହୁକୁ ।       ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ଶିଆରିଆ ଗ୍ରାମରେ ।କାନପୁର ଥାନା କୁରାଞ୍ଜ ଗ୍ରାମର ବିଦ୍ୟାଧର ରାଉତଙ୍କ ଝିଅ ମଧୁସ୍ମିତା ରାଉତ ସେହି ଥାନା ଅନ୍ତର୍ଗତ ଶିଆରିଆ ଗ୍ରାମର ଅସୀମ ଚନ୍ଦ୍ର ସାହୁଙ୍କ ପୁଅ ଅମରେଶ ଚନ୍ଦ୍ର ସାହୁଙ୍କୁ ୨୦୧୭ ମସିହାରେ ପ୍ରେମ  ବିବାହ କରିଥିଲେ।ଏହି ବିବାହରେ ମଧୁସ୍ମିତା ଙ୍କ ଶାଶୁ ଶଶୁର ଦେଢସୁର ,ଓ ଜା ସନ୍ତୁଷ୍ଟ ନଥିଲେ।ବିବାହ ପରଠାରୁ ସଦାବେଳେ ଶାଶୁ  ଦେଢସୁର ଯୌତୁକ  ଟଙ୍କା ଆଣିବା ପାଇଁ ବାଧ୍ୟକରନ୍ତି ।ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ବାରମ୍ବାର ମାଡ ମାରନ୍ତି।ବାରମ୍ବାର ନିର୍ଯାତନା ଦେବାରୁ ମଧୁସ୍ମିତାଙ୍କ ବାପା    ଯୌତୁକ ବାବଦକୁ ୫ ଲକ୍ଷ ଟଙ୍କା ଦେଇଥିଲେ।ଜାନୁଆରୀରେେ ମଧୁସ୍ମିତା ଙ୍କ ସ୍ବାମୀ ଅମରେଶ ଚାକିରୀ କରିବା ପାଇଁ ଓମାନ କୁ ଯାଇଛନ୍ତି । ଘରେ ଗୋଟିଏ ଝିଅକୁ ନେଇ ମଧୁସ୍ମିତା ରହୁଥିବା ବେଳେ ସ୍ବାମୀ ନଥିବାର ସୁଯୋଗ ନେଇ ମଧୁସ୍ମିତା ଙ୍କ ଶାଶୁ  ଶ୍ୱଶୁର,ଜା ଦେଢସୁ ମଧୁସ୍ମିତା ଙ୍କୁ ଶାରୀରିକ ମାନସିକ ଯନ୍ତ୍ରଣା ଦେବା ସହିତ ଠିକରେ ଖାଇବା ପିଇବାକୁ ଦେଉନଥିବା ବେଳେ ଆଉ ଯୈ।ତୁକ ବାବଦକୁ ୪ ଲକ୍ଷ ଟଙ୍କା ଆଣିଲେ ଘରେ ରହିବୁ ନହଲେ ତତେ ତୋ ଝିଅକୁ ମାରି ପୋତିଦେବୁ  ଧମକ, ଅଭିିଯୋଗ କରିଛନ୍ତି ମଧୁସ୍ମିତା।ତେବେ ଗତ ୧.୧୧.୨୦୨୦ ସଂଧ୍ୟା ୭ ଟା ସମୟରେ ମଧୁସ୍ମିତା ଙ୍କ ଦେଢସୁର ଅନିଲ ସାହୁ ମଧୁସ୍ମିତା ଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ଓ ମଧୁସ୍ମିତାଙ୍କୁ ଘରୁ ଚାଲିଯିବାକୁ କହିବାରୁ ମଧୁସ୍ମିତା ଏହାକୁ ପ୍ରତିବାଦ କରିବାରୁ ପୂର୍ବ ଯୋଜନା ମୁତାବକ ଶାଶୁ ବାସନ୍ତୀ ସାହୁ    ଶ୍ୱଶୁରଅସୀମ ସାହୁ ଦେଢସୁର ଅନୀଲ ସାହୁ ଓ ଜା ଲକି ସାହୁ ସମସ୍ତେ ଏକାଠି ହୋଇ ମଧୁସ୍ମିତା ଙ୍କୁ ତଳେ ପକାଇ ଠେଙ୍ଗା ଓ ମୂଳିରେ ପିଟିବା ସହିତ ମଧୁସ୍ମିତା ଙ୍କ ତଣ୍ଟିଚିପି ମାରିଦେବାକୁ ଦେଢସୁର ଉଦ୍ୟମ କରିଥିଲେ ସେତିକିରେ ସରିନଥିଲା ରାକ୍ଷସ ମାନଙ୍କର କାରନାମା ଗାଁ ୪ ଜଣ ଯୁବକଙ୍କୁ ଡକାଇ ଗାଁ ରାସ୍ତାରେ ଉଲଗ୍ନ କରି ଠେଙ୍ଗା ମୂଳିରେ ବାଡେଇ ଘୋଷାରି ଘୋଷାରି ଗାଁ କୋଠଘରେ ପୁରାଇ ମାଡ ମାରିଥିଲେ  । ଏହି ସମୟରେ ମଧୁସ୍ମିତା ଙ୍କ ୭ ବର୍ଷର ଝିଅ ଛଡେଇବାକୁ ଉଦ୍ୟମ କରିଥିବା ବେଳେ ରାକ୍ଷସମାନେ ଛୋଟ ଶିଶୁକୁ ମଧ୍ଯ ଆକ୍ରମଣ କରିବାକୁ ପଛାଇ ନଥିଲେ। କୈଣସି ସୂତ୍ରୁ ଖବର ପାଇ କାନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ଯ ମଧୁସ୍ମିତା ଙ୍କୁ ଉଦ୍ଧାର କରି ପାରିନଥିଲେ।ପରେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆଲୋକ ରଞ୍ଜନ ରାୟ ଙ୍କ ସମେତ ପୋଲିସ ଫୋର୍ସ ପହଞ୍ଚି ମଧୁସ୍ମିତା ଙ୍କୁ କୋଠଘର ମଧ୍ୟରୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଘଟଣା ସମ୍ପର୍କରେ ମଧୁସ୍ମିତା କାନପୁର ଥାନାରେ ଅଭିଯୋଗ କରିଛନ୍ତି।ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆଲୋକ ରଞ୍ଜନ ରାୟଙ୍କ ଯୋଗୁଁ ମଧୁସ୍ମିତା ଏକ ନୂତନ ଜୀବନ ପାଇଥିବା ପ୍ରକାଶ କରିଛନ୍ତି।ଡାକ୍ତରଖାନା ରେ ମଧୁସ୍ମିତା ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଶାଶୁଘର ଲୋକେ ଏଭଳି ମାଡ ମାରିଛନ୍ତି ।ମଧୁସ୍ମିତା ଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସିଝି ଯାଇଥିବା ଦେଖିବାକୁ ମିଳିଥିଲା।ଏବେ ଦୁଇଦିନ ହେବ ଆଠଗଡ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି।ଅଭିଯୋଗ ପାଇବାପରେ ପୋଲିସ ଛାନଭିନ ଆରମ୍ଭ କରିଛି ପରିବାରର ସମସ୍ତ ସଦସ୍ୟଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ ଆରକ୍ଷୀ ଅଧିକାରୀ ଆଲୋକ ରଞ୍ଜନ ରାୟ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି